ଓଡିଶା

ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା

(ମହାଭାରତ, ରାୟଗଡା): ରାୟଗଡାର ବନ୍ଦରୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗାଁର ଜଣେ ୧୨ ବର୍ଷିୟ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରିବା ପରେ ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିଛି । ତିନି ଦିନ ତଳେ ଅଭିଯୁକ୍ତ ଜଣକ ନାବାଳିକା ଆଦିବାସୀ ଯୁବତୀଙ୍କୁ ଟେକି ନେଇ ତାଙ୍କ ସହ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା । ନାବାଳିକାର ବାପା ଚନ୍ଦ୍ରପୁର ପୋଲିସ ଷ୍ଟେସନରେ ଅଭିଯୋଗ ଆଣିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତକୁ ଗିରଫ କରି ଜେରା ସମୟରେ ସେ ଉକ୍ତ ନାବାଳିକାଙ୍କ ସହ ଏଭଳି କାଣ୍ଡ କରିଥିବା ସ୍ୱୀକାର କରିଛି ।

Related posts

ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’ରେ କମ୍ପିବ ଭୁବନେଶ୍ୱର

mahabharatanews

ଭିଜିଲାନ୍ସ ଜାଲରେ ଭବାନୀପଟଣା ପୌର ସହକାରୀ ନିର୍ବାହୀ ଯନ୍ତ୍ରୀ

mahabharatanews

ସରପଞ୍ଚଙ୍କ ଦ୍ୱାରା ୭୨ ଘଣ୍ଟିଆ ସଟଡାଉନ୍ ଘୋଷଣା

mahabharatanews