ଓଡିଶା

ଋଣ ଶୁଝି ନପାରି ମହିଳାଙ୍କ ଆତ୍ମହତ୍ୟା

(ମହାଭାରତ, ଏରସମା): ଏରସମାରେ ବେଆଇନ ଚିଙ୍ଗୁଡି ଘେରି ପାଇଁ ଋଣ ଯୋଗାଉଥିବା ସାହୁକାରମାନଙ୍କ ଦୌରାତ୍ମ୍ୟ ବଢି ଚାଲିଛି । ଏଥିପାଇଁ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ତାଙ୍କ ଭାଇ ଏରସମା ଥାନାରେ ଏତଲା ଦାଖଲ କରିଛନ୍ତି । ସାହୁକାରଙ୍କ ଭୟରେ ଆତ୍ମହତ୍ୟା କରିଥିବା ମହିଳାଙ୍କ ସ୍ୱାମୀ ଓ ଦିଅର ୨ମାସ ହେଲା ଗାଁ ଛାଡି ପଳାଇଥିବା ସୂଚନା ମିଳିଛି ।

ଅଭିଯୋଗ ମୁତାବକ, ମହିଳା ଜଣକ ଆତ୍ମହତ୍ୟା କରିଥିବା ଖବର ପାଇ ତାଙ୍କ ସ୍ୱାମୀ ଗୁରୁବାର ସକାଳେ ଘରେ ପହଞ୍ଚିଥିଲେ । ଚିଙ୍ଗୁଡି ଚାଷ ପାଇଁ ଆଣିଥିବା ଋଣ ଶୁଝି ନପାରିବାରୁ ସେ ଆତ୍ମହତ୍ୟା କରିଥିବା ଜଣାପଡିଥିଲା । ଯାଉଁଳିବେଦୀ ଗାଁର ନିତ୍ୟାନନ୍ଦ ପ୍ରଧାନଙ୍କ ଠାରୁ ମୃତ ମହିଳାଙ୍କ ସ୍ୱାମୀ ଋଣ ଆଣି ଚିଙ୍ଗୁଡି ଚାଷ କରିଥିଲେ । କିନ୍ତୁ ଏଥିରେ କ୍ଷତି ହେବାରୁ ସେ ଆଉ ଋଣ ପରିଶୋଧ କରିପାରିନଥିଲେ । ଫଳରେ ନିତ୍ୟାନନ୍ଦ ଓ ତାଙ୍କର ସହଯୋଗୀ ବିଭିନ୍ନ ସମୟରେ ତାଙ୍କର ପରିବାରକୁ ନିର୍ଯାତନା ଦେଉଥିଲେ । ଫଳରେ ଘରର ଏ ଅବସ୍ଥା ଦେଖି ସ୍ତ୍ରୀ ମାନସିକ ଅଶାନ୍ତିରେ ରହୁଥିଲେ ଏବଂ ଶେଷରେ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି । ଏନେଇ ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ତଦନ୍ତ ଜାରି ରଖିଥିବା ଏରସମା ଥାନାଧିକାରୀ ସୂଚନା ଦେଇଛନ୍ତି ।

Related posts

ଆଜି ୧୨ ଘଣ୍ଟିଆ କୋରାପୁଟ  ବନ୍ଦ 

mahabharatanews

ତୁଳସୀ ସଂସ୍କୃତ ମହାବିଦ୍ୟାଳୟରେ ବିଶ୍ବକପ୍ ହକି ନିମନ୍ତେ ସଚେତନତା ରାଲି

mahabharatanews

 ଆଜି ଲୋକାର୍ପିତ ହେବ ବରମୁଣ୍ଡା ବସଷ୍ଟାଣ୍ଡ 

mahabharatanews

Leave a Comment