ଓଡିଶା

ଓଲଟିଲା ଧାନ ବୋଝେଇ ଟ୍ରକ

(ମହାଭାରତ, ଭଦ୍ରକ): ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ବାଇପାସ ଛକ ନିକଟ ରାସ୍ତାରେ ଏକ ଧାନ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣାପଡିଛି । ଗତକାଲି ବିଳମ୍ବିତ ର।।ତିରେ ତିହିଡି ବ୍ଲକ ଭାଟପଡା ସୋସାଇଟିରୁ ଧାନ ନେଇ ଟ୍ରକଟି ଚରମ୍ପା ପିପି ରାଇସ ମିଲ୍ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଟ୍ରକ୍ରେ ପ୍ରାୟ ୧୮ ଟନରୁ ଅଧିକ ଧାନ ବୋଝେଇ ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ ଧନ ଜୀବନ କ୍ଷତି ହୋଇନଥିଲେ ମଧ୍ୟ ଓଭରଲୋଡ କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।

Related posts

୪ ମାସରେ ୮୦୨୭ ଲୋକଙ୍କୁ ହସ୍ପିଟାଲ ନେବାରେ ସାହାଯ୍ୟ କରାଯାଇଛି

mahabharatanews

ଚଳିତ ଥର ୭ଟି ଜାଗାରେ ଇକୋ ରିଟ୍ରିଟ୍

mahabharatanews

ବାଲୁକା କଳାରେ “ମେରା ପେହଲା ଭୋଟ୍ ଦେଶ କେ ଲିୟେ” 

mahabharatanews