ନବରଙ୍ଗପୁର: ନୂତନ ବର୍ଷକୁ ଅ ।ନନ୍ଦ ଉଲ୍ଲାସରେ ପାଳିବା ପାଇଁ କିଏ କେଉଁ ପନ୍ଥା ଅ ।ପଣେଇ ଥାନ୍ତି । କିନ୍ତୁ ଗରିବଙ୍କ ସେବା ହିଁ ପ୍ରକୃତ ମାନବ ସେବା । ସେମାନଙ୍କ ମୁହଁରେ ହସ ଫୁଟାଇ ପାରିଲେ ତାହା ହିଁ ଭଗବାନଙ୍କ ପ୍ରତି ପ୍ରକୃତ ଅର୍ଚ୍ଚନା । ଏ କଥାକୁ ନିଜ କାର୍ଯ୍ୟ ମଧ୍ୟମରେ ସମାଜକୁ ବୃହତ୍ତର ବାର୍ତ୍ତା ଦେଇଛନ୍ତି ନବରଙ୍ଗପୁର ଏସପି ନିତିନ କୁସଲକର । ନବରଙ୍ଗପୁର ଏସପି ନିତିନ କୁସଲକର ନିଅ ।ରା ଢଙ୍ଗରେ ନୂଅ ।ବର୍ଷ ପାଳନ କରୁଥିବା ଦେଖିବାକୁ ମିଳିଛି । ଏସପି ନିଜେ କମ୍ବଳ ବୋହିନେଇ ମନ୍ଦିର ପ୍ରାଙ୍ଗଣ ସହ ବିଭିନ୍ନ ଗରିବ ଘରକୁ ଯାଇ ବୁଲି ବୁଲି କମ୍ବଳ ବାଣ୍ଟୁ ଥିବା ଦେଖିବାକୁ ମିଳିଛି । ଏସପିଙ୍କ ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଗତ ଦଶହରା ପୂଜା ସମୟରେ ମା ଦୁର୍ଗାଙ୍କ ପୂଜା ମଣ୍ଡପରେ କୁମାରୀ କନ୍ୟାଙ୍କୁ ପୂଜା କରି ମାତୃ ଶକ୍ତି ହିଁ ସକଳ ଶକ୍ତିର ଅ ।ଧାର ଏହି ବାର୍ତ୍ତା ଦେଇ ଚର୍ଚ୍ଚା ସାଉଁଟି ଥିବା ବେଳେ ଅ ।ଜି ନବ ବର୍ଷରେ ଗରିବଙ୍କୁ କମ୍ବଳ ବାଣ୍ଟି ପୁଣି ପ୍ରଶଂସା ସାଉଁଟିଛନ୍ତି ।
previous post
next post