Uncategorized

କରୋନା ଆତଙ୍କ ଚୀନ ବାହାରେ ୧ ମୃତ୍ୟୁ: ୧୪,୫୬୨ ସଂକ୍ରମିତ

ନୂଆଦିଲ୍ଲୀ: ଚୀନର ବୁହାନ ସହରରେ ଆରମ୍ଭ ହୋଇଥିବା କରୋନା ଭୂତାଣୁର ଆତଙ୍କ ପୁରା ଦୁନିଆରେ ବ୍ୟପୀବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସତର୍କତା ସ୍ୱରୂପ ଭାରତ ଚୀନ ନାଗରିକ ଓ ଚୀନରେ ଥିବା ବିଦେଶୀ ମାନଙ୍କ ଇ ଭିଜା ସୁବିଧା ଉପରେ ନିଲମ୍ବନ କରାଯାଇଛି । ଭାରତୀୟ ଯାତ୍ରୀଙ୍କ ଦ୍ୱିତୀୟ ଦଳକୁ ନେଇ ଏୟାର ଇଣ୍ଡିଆର ବିଶେଷ ଉଡାଣ ରବିବାର ସକାଳୁ ଦିଲ୍ଲୀରେ ପହଁଛିଛି । ଏହି ବିମାନରେ ୩୩୦ ଯାତ୍ରୀଙ୍କୁ ଦିଲ୍ଲୀ ଅଣାଯାଇଛି । ଏହି ଦଳରେ ୩୨୩ ଭାରତୀୟ ଙ୍କ ବ୍ୟତୀତ ମାଲଦୀପର ସାତ ଜଣ ନାଗରିକ ସାମିଲ ଅଛନ୍ତି ।

ସୂଚନାଯୋଗ୍ୟ, କରୋନା ଭୂତାଣୁ ସଂକ୍ରମଣରେ ଚୀନ ବାହାରେ ମୃତ୍ୟୁର ପ୍ରଥମ ମାମଲା ଫିଲିପୀନରୁ ଆସିଛି । ଆଜି ପର୍ଯ୍ୟନ୍ତ ମୋଟ ୩୦୫ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୪,୫୬୨ ଲୋକ ସଂକ୍ରମିତ ହୋଇଛନ୍ତି । ଫିଲିପିନରେ ରବିବାର ଜଣେ ବ୍ୟକ୍ତଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହି ଭୂତାଣୁ ପାଇଁ କୌଣସି ବ୍ୟକ୍ତି ଚୀନ ବାହାରରେ ମୃତ୍ୟୁ ହୋଇଥିବାର ଏହା ପ୍ରଥମ ଘଟଣା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ରବିବାର ଏହି ସୂଚନା ପ୍ରଦାନ କରିଛି । ଏହା କିଛି ଘଣ୍ଟା ପୂର୍ବରୁ ଚୀନର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ କହିଛି, ଶନିବାର ପର୍ଯ୍ୟନ୍ତ ଏହି ଭୂତାଣୁରେ ମୋଟ ୩୦୪ ଜଣଙ୍କ ମୃତ୍ୟୁ ହୋଇଛି । ଫିଲିପିନରେ ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି, ସେ ଚୀନର ବୁହାର ବାସିନ୍ଦା ଥିଲା । ଡିବ୍ଲୁଏଚଓରେ ଫିଲିପିନର ପ୍ରତିନିଧି ରବିନ୍ଦ୍ର ଅବେୟାସିନ୍ଧେ ସୂଚନା ଦେଇଛନ୍ତି କି ଚୀନ ବାହାରେ ମଧ୍ୟ ମୃତ୍ୟୁ ହୋଇଛି ।

Related posts

ସାହିନବାଗ: ପ୍ରଦର୍ଶନକାରୀ ନିଜ ଜିଦିରେ ଅଟଳ

mahabharatanews

ରାଜ୍ୟସଭା ପାଇଁ ସିନ୍ଧିଆଙ୍କ ନାମାଙ୍କନ ଦାଖଲ

mahabharatanews

ସୁଦାନ ପୂର୍ବତନ ରାଷ୍ଟ୍ରପତିଙ୍କୁ ଜେଲ ଦଣ୍ଡାଦେଶ

mahabharatanews

Leave a Comment