Uncategorized

ଆସାମରେ ମୋବାଇଲ ଇଣ୍ଟରନେଟ ସେବା ପୁନଃସ୍ଥାପିତ

(ଗୌହାଟୀ): ନାଗରିକତା ଆଇନ ବିରୋଧରେ ଉଗ୍ର ପ୍ରଦିବାଦ ଯୋଗୁଁ ରାଜ୍ୟବ୍ୟାପୀ ଏକ ସପ୍ତାହରୁ ଅଧିକ କାଳ ନିଷିଦ୍ଧ ହୋଇଥିବା ମୋବାଇଲ ଇଣ୍ଟରନେଟ ସେବା ପୁଣି ଆରମ୍ଭ ହୋଇଥିବା କଥା ଶୁକ୍ରବାର ଦିନ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି ।

ମୋବାଇଲ୍ ଇଣ୍ଟର୍ନେଟ୍ ସେବା ଉପରୁ କଟକଣା ହଟାଇବାକୁ ଗୌହାଟି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ଜଷ୍ଟିସ ମନୋଜିତ ଭୂୟାଁ ଏବଂ ଜଷ୍ଟିସ ସୌମିତ୍ର ସାଇକିଆଙ୍କ ଖଣ୍ଡପୀଠ ସରକାରଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ ମୋବାଇଲ ଇଣ୍ଟରନେଟ ସେବା ପୁଣି ଚାଲୁ କରାଯିବା ଉଚିତ । ଏଥିସହ ଖଣ୍ଡପୀଠ ଆହୁରି କହିଥିଲେ ଯେ ସୋସିଆଲ ମିଡିଆରେ ହିଂସାକାଣ୍ଡ ସୃଷ୍ଟି କଲାଭଳି ପ୍ରସାରଣ କରାଯାଇଥିବା ବିଭିନ୍ନ ବିସ୍ଫୋରକ ବାର୍ତ୍ତା ଏବଂ ଭିଡ଼ିଓ ଉପରେ ନିଷେଧାଦେଶ ଜାରି କରିବାକୁ ସରକାରଙ୍କର କ୍ଷମତା ରହିଛି ।

ସଂଶୋଧିତ ନାଗରିକତା ଆଇନ ଯୋଗୁଁ ରାଜ୍ୟରେ ବହୁସଂଖ୍ୟକ ଶରଣାର୍ଥୀ ବସବାସ କରିବାର ସୁଯୋଗ ପାଇବେ । ଫଳରେ ରାଜ୍ୟର ମୂଳ ଅଧିବାସୀମାନଙ୍କର ପରମ୍ପରା ଓ ସଂସ୍କୃତି ଉପରେ ଆଞ୍ଚ ଆସିବା ଆଶଙ୍କା କରି ଆସାମରେ ପ୍ରତିବାଦ ଓ ଆନ୍ଦୋଳନ ଚାଲିଛି ।

Related posts

ସୋସିଅ।ଲ ମିଡିଅ।ରେ ଝିଅର ପ୍ରଥମ ଫଟୋ ସେୟାର କଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ

mahabharatanews

ସୁଶାନ୍ତ ସିଂହ ମୃତ୍ୟୁର ତଦନ୍ତ  ପାଇଁ କେନ୍ଦ୍ର ଦେଲା ମଞ୍ଜୁରୀ

mahabharatanews

ଡିଆରଡିଓ ବିକଶିତ ଆଣ୍ଟି ଡ୍ରୋନର ସଫଳ ପରୀକ୍ଷଣ,ଟ୍ରମ୍ପଙ୍କ ଗସ୍ତ କାଳରେ ହେବ ନିୟୋଜିତ

mahabharatanews