କେନ୍ଦ୍ରାପଡା: କେନ୍ଦ୍ରାପଡା ଲୋକସେବା କ୍ଷେତ୍ରରେ ମେଗା ସ୍ୱାସ୍ଥ୍ୟମେଳାର ଆୟୋଜନ ନିମନ୍ତେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରବିବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ଫେବୃୟାରୀ ମାସ ୨୯ତାରିଖରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଦୁଇଦିନ ଧରି ସକାଳ ୮ଟା ସମୟରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପଟ୍ଟାମୁଣ୍ଡାଇ ବ୍ଲକର ବଡମୋହନପୁର ଗ୍ରାମପଂଚାୟତର ବଡପଡା ମହାବିଦ୍ୟାଳୟ ପରିସରରେ ଏହି ମେଗା ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହେବ । ସେହି ମେଗା ସ୍ୱାସ୍ଥ୍ୟମେଳାରେ ପଟ୍ଟାମୁଣ୍ଡାଇ, ମହାକାଳପଡା, ରାଜନଗର ଏବଂ କେନ୍ଦ୍ରାପଡା ବ୍ଲକର ୨ହଜାର ରୋଗୀ ଏବଂ ଜନସାଧାରଣ ସୁଯୋଗ ନେବାସହ ଜିଲ୍ଲାର ଅନ୍ୟ ବ୍ଲକର ଜନସାଧାରଣ ମଧ୍ୟ ଏହାର ସୁଯୋଗ ନେଇ ପାରିବେ । ଏହି ମେଗା ସ୍ୱାସ୍ଥ୍ୟମେଳାରେ କେନ୍ଦ୍ରାପଡା ଜିଲ୍ଲାର ବିଶେଷଜ୍ଞ ଡାକ୍ତର ଓ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ବିଶେଷଜ୍ଞ ଡାକ୍ତରମାନେ ରୋଗୀମାନଙ୍କୁ ଚିକିତ୍ସା କରିବେ ଓ ପରାମର୍ଶ ଦେବେ । ଦୁଇଦିନ ଧରି ଏକ ସ୍ୱତନ୍ତ୍ର ମଂଚରେ ସାଧାରଣ ସଭା ଓ ସ୍ୱାସ୍ଥ୍ୟ ସଚେତନ ସମ୍ପର୍କିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏହି ସ୍ୱାସ୍ଥ୍ୟମେଳାରେ ଅତିଥି ଭାବରେ ଯୋଗଦେବାକୁ ସାଂସଦ ଓ ବିଧାୟକଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ସିଡିଏମଓ ଡା. ଉର୍ମିଳା ମିଶ୍ର,ବଡପଡା କଲେଜ ଅଧ୍ୟକ୍ଷ ଶ୍ରୀକାନ୍ତ ଦାସ,ଅଧ୍ୟାପକ ମନ୍ମଥ କୁମାର ପଲେଇ,ଏଡିଏମଓ (ଜନସ୍ୱାସ୍ଥ୍ୟ) ଡା. ମିର୍ଜା ବାବର ବେଗ,ସେସୁ ନିର୍ବାହୀ ଯନ୍ତ୍ରୀ,ସହକାରୀ ଅଗ୍ନିଶମ ଅଧିକାରୀ,ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଡିଭିଜନର ନିର୍ବାହୀ ଯନ୍ତ୍ରୀ,ନିର୍ବାହୀ ଅଧିକାରୀ ପଟ୍ଟାମୁଣ୍ଡାଇ ପୈାରସଂସ୍ଥା ପ୍ରମୁଖ ଯୋଗଦେଇଥିଲେ । ସ୍ୱାସ୍ଥ୍ୟମେଳାରେ୧୨ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବାକୁ ବ୍ୟୟ ଅଟକଳ କରାଯାଇଥିବା
previous post
next post