ଓଡିଶା

କେନ୍ଦ୍ରାପଡା ଲୋକସେବା କ୍ଷେତ୍ରରେ ମେଗା ସ୍ୱାସ୍ଥ୍ୟମେଳା

କେନ୍ଦ୍ରାପଡା: କେନ୍ଦ୍ରାପଡା ଲୋକସେବା କ୍ଷେତ୍ରରେ ମେଗା ସ୍ୱାସ୍ଥ୍ୟମେଳାର ଆୟୋଜନ ନିମନ୍ତେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରବିବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ଫେବୃୟାରୀ ମାସ ୨୯ତାରିଖରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଦୁଇଦିନ ଧରି ସକାଳ ୮ଟା ସମୟରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପଟ୍ଟାମୁଣ୍ଡାଇ ବ୍ଲକର ବଡମୋହନପୁର ଗ୍ରାମପଂଚାୟତର ବଡପଡା ମହାବିଦ୍ୟାଳୟ ପରିସରରେ ଏହି ମେଗା ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହେବ । ସେହି ମେଗା ସ୍ୱାସ୍ଥ୍ୟମେଳାରେ ପଟ୍ଟାମୁଣ୍ଡାଇ, ମହାକାଳପଡା, ରାଜନଗର ଏବଂ କେନ୍ଦ୍ରାପଡା ବ୍ଲକର ୨ହଜାର ରୋଗୀ ଏବଂ ଜନସାଧାରଣ ସୁଯୋଗ ନେବାସହ ଜିଲ୍ଲାର ଅନ୍ୟ ବ୍ଲକର ଜନସାଧାରଣ ମଧ୍ୟ ଏହାର ସୁଯୋଗ ନେଇ ପାରିବେ । ଏହି ମେଗା ସ୍ୱାସ୍ଥ୍ୟମେଳାରେ କେନ୍ଦ୍ରାପଡା ଜିଲ୍ଲାର ବିଶେଷଜ୍ଞ ଡାକ୍ତର ଓ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ବିଶେଷଜ୍ଞ ଡାକ୍ତରମାନେ ରୋଗୀମାନଙ୍କୁ ଚିକିତ୍ସା କରିବେ ଓ ପରାମର୍ଶ ଦେବେ । ଦୁଇଦିନ ଧରି ଏକ ସ୍ୱତନ୍ତ୍ର ମଂଚରେ ସାଧାରଣ ସଭା ଓ ସ୍ୱାସ୍ଥ୍ୟ ସଚେତନ ସମ୍ପର୍କିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏହି ସ୍ୱାସ୍ଥ୍ୟମେଳାରେ ଅତିଥି ଭାବରେ ଯୋଗଦେବାକୁ ସାଂସଦ ଓ ବିଧାୟକଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ସିଡିଏମଓ ଡା. ଉର୍ମିଳା ମିଶ୍ର,ବଡପଡା କଲେଜ ଅଧ୍ୟକ୍ଷ ଶ୍ରୀକାନ୍ତ ଦାସ,ଅଧ୍ୟାପକ ମନ୍ମଥ କୁମାର ପଲେଇ,ଏଡିଏମଓ (ଜନସ୍ୱାସ୍ଥ୍ୟ) ଡା. ମିର୍ଜା ବାବର ବେଗ,ସେସୁ ନିର୍ବାହୀ ଯନ୍ତ୍ରୀ,ସହକାରୀ ଅଗ୍ନିଶମ ଅଧିକାରୀ,ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଡିଭିଜନର ନିର୍ବାହୀ ଯନ୍ତ୍ରୀ,ନିର୍ବାହୀ ଅଧିକାରୀ ପଟ୍ଟାମୁଣ୍ଡାଇ ପୈାରସଂସ୍ଥା ପ୍ରମୁଖ ଯୋଗଦେଇଥିଲେ । ସ୍ୱାସ୍ଥ୍ୟମେଳାରେ୧୨ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବାକୁ ବ୍ୟୟ ଅଟକଳ କରାଯାଇଥିବା

Related posts

ଏହି ଜିଲ୍ଲାରେ ଖୋଲିଲା ମଠ ମନ୍ଦିର

mahabharatanews

ରହସ୍ୟ ଘେରକୁ ଟାଣି ହୋଇ ଯାଉଛି ଦେବ କୁମାର ଗମାଙ୍ଗ ମୃତ୍ୟୁ ଘଟଣା

mahabharatanews

ରାସ୍ତା ନିର୍ମାଣରେ ନିମ୍ନମାନର କାମକୁ ନେଇ ଅସନ୍ତୋଷ

mahabharatanews