ଓଡିଶା

କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନାମରେ ଥାନାରେ ଅଭିଯୋଗ

ମହାଭାରତ, ଜଳେଶ୍ୱର: ପୁଣି ଚର୍ଚ୍ଚାରେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ । ପୂର୍ବରୁ ମିଛ ସତ୍ୟ ପାଠ ପାଇଁ ଚର୍ଚ୍ଚାରେ ଥିବା ବେଳେ ଏବେ ପୁଣି ମିଛ ସତ୍ୟ ପାଠ ପାଇଁ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟ ଶ୍ରୀଯୁକ୍ତ ଷଡ଼ଙ୍ଗୀ ୨୦୦୪, ୨୦୧୪ ଓ ୨୦୧୯ ନିର୍ବାଚନ ବେଳେ ଦାଖଲ କରିଥିବା ସତ୍ୟ ପାଠର ଦସ୍ତା ବିଜରେ ନିର୍ଦ୍ଦିଷ୍ଟ କିଛି ତଥ୍ୟର କୌଣସି ତାଳ ମେଳ ରହୁ ନାହିଁ । ତାଙ୍କ ନାମରେ ଏକାଧିକ ଅପରାଧିକ ମାମଲା ଥିଲେ ବି ସମସ୍ତ ତଥ୍ୟ ସୁଚେଇ ନାହାନ୍ତି ସତ୍ୟପାଠରେ । ସରକାରୀ ଖଜଣା ବାକି ରଖିଛନ୍ତି । ସମ୍ପତ୍ତିର ପ୍ରକୃତ ମୂଲ୍ୟ ଓ ପରିମାଣ ଭୁଲ ଦେଇଛନ୍ତି । ସତ୍ୟପାଠରେ ଉଦ୍ଦେଶ୍ୟ ମୂଳକ ଭାବେ ବିଭିନ୍ନ ବିଭ୍ରାନ୍ତିକର ସୂଚନା ଦେଇ ଚଞ୍ଚକତା କରିଛନ୍ତି ଷଡଙ୍ଗୀ । ଏହି ମିଛ ସତ୍ୟପାଠ ଦ୍ୱାରା ସେ ଲୋକଙ୍କ ବିଶ୍ୱାସ, ଭରଷା ଓ ଭଲପାଇବା ସହ ଖେଳିଥିବା ଅଭିଯୋଗ ହୋଇଛି । ସାଧାରଣ ଲୋକ ଓ ଭୋଟରମାନଙ୍କୁ ତାଙ୍କର ପ୍ରକୃତ ତଥ୍ୟ ଲୁ·ଇ ଥିବାରୁ,ନ୍ୟାୟ ପାଇଂ ଜଳେଶ୍ୱର ଥାନାରେ ଅ ।ଇନଜୀବୀ କ୍ଷୀତିଶ ଚନ୍ଦ୍ର ଘୋଷ ଲିଖିତ ଅଭିଯୋଗ କରିଛନ୍ତି ।

Related posts

ରାଜ୍ୟରେ ପୁଣି ବର୍ଷା ଆରମ୍ଭ ,ଆହୁରି ବଢ଼ିବ

mahabharatanews

୩୦% କମିପାରେ ଘରୋଇ ସ୍କୁଲଗୁଡିକର ଫି

mahabharatanews

 ହାତୀଛୁଆର ମୃତଦେହ ଉଦ୍ଧାର 

mahabharatanews

Leave a Comment