ଓଡିଶା

କୋରୋନାର ମୁକାବିଲା ପାଇଁ ପାରାଦ୍ୱୀପ ବନ୍ଦରରେ ହାଇଆଲର୍ଟ

(ମହାଭାରତ, ପାରାଦ୍ୱୀପ): କୋରୋନା ଭାଇରସକୁ ନେଇ ପାରାଦ୍ୱୀପ ବନ୍ଦରରେ ଆଲର୍ଟ ଜାରି କରାଯାଇଛି । ବନ୍ଦର ମୁଖ୍ୟ ଚିକିତ୍ସାଧିକାରୀଙ୍କ ତତ୍ତ୍ୱାବଧାନରେ ଚିକିତ୍ସାଳୟରେ ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡ ଖୋଲାଯାଇଛି । ଏହା ସହ ଏଠାରେ ୨୪ ଘଣ୍ଟିଆ ଚିକିତ୍ସାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଚୀନ, ହଂକଂ, ସିଙ୍ଗାପୁର ଆଦି ଦେଶରୁ ଆସୁଥିବା ଜାହାଜଗୁଡିକୁ ବନ୍ଦର ମଧ୍ୟକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । ବାହାର ଦେଶରୁ ଆସୁଥିବା ଜାହାଜଗୁଡିକର କର୍ମଚାରୀମାନଙ୍କୁ ଥଣ୍ଡା, କାସ, ଜ୍ୱର ବା ଶ୍ୱାସ ଜନିତ ରୋଗ ଥିଲେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯିବା ପରେ ବନ୍ଦର ମଧ୍ୟକୁ ପ୍ରବେଶ କରାଯିବ । କୋରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେଲେ ସେମାନଙ୍କୁ ସିଡିଏମଓଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ବନ୍ଦର ଚିକିତ୍ସାଳୟକୁ ଅଣାଯାଇ ସେଠାରୁ ସିଧାସଳଖ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି । ଏହି ଭାଇରସକୁ ନେଇ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି । ଜଗତସିଂପୁର ଜିଲ୍ଲାପାଳ ସଙ୍ଗ୍ରାମ କେଶରୀ ମହାପାତ୍ର ଓ ପାରାଦ୍ୱୀପ ବନ୍ଦର ଚିକିତ୍ସାଳୟ ସିଡିଏମଓ କୋରୋନା ଭାଇରସର ମୁକାବିଲା ପାଇଁ କରାଯାଇଥିବା ବ୍ୟବସ୍ଥାଗୁଡିକର ଯାଞ୍ଚ କରିଛନ୍ତି ।

Related posts

ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ମହିଳାମାନଙ୍କ ବିକ୍ଷୋଭ

mahabharatanews

ସେପ୍ଟେମ୍ବର ୫ରେ ବର୍ଷା-ଅନୁଭବ ମାମଲାର ପରବର୍ତ୍ତୀ ଶୁଣାଣି

mahabharatanews

ବିଦ୍ୟୁତ୍ ସ୍ପର୍ଷରେ ଯୁବ ଚାଷୀ ମୃତ

mahabharatanews