ନୂଆଦିଲ୍ଲୀ: କୋରୋନା ଭୂତାଣୁ ଭୟଙ୍କରରୁ ଭୟଙ୍କର ହେବାରେ ଲାଗିଛି । ଚୀନରେ ମେ।।ବାର କରୋନାରେ ୧୦୩ ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁସଂଖ୍ୟା ମୋଟ ୧୦୧୧ରେ ପହଞ୍ଚିଛି । ହୁବାଇ ହେଲ୍ଥ କମିଶନଙ୍କ ମୁତାବକ, ସୋମବାର ୨୦୯୭ ନୂଆ ମାମଲା ସାମ୍ନାକୁ ଆସିଛି । କୋରୋନା ଭୂତାଣୁର ପ୍ରଭାବ ସବୁଠାରୁ ବେଶୀ ଚୀନର ଅର୍ଥ ବ୍ୟବସ୍ଥା ଉପରେ ପଡିଛି । କୋରୋନା ଭୂତାଣୁକୁ ନେଇ ଦୁନିଆର ବହୁ ଦେଶ ଆଲର୍ଟ ଜାରି କରିଛି । କୋରୋନା ଭୂତାଣୁର ଥଇଥାନ ପାଇଁ ଭାରତୀୟ ବିମାନ ବନ୍ଦର ସୋମବାର ସଂଧ୍ୟା ପର୍ଯ୍ୟନ୍ତ ୨ ଲକ୍ଷ ୧୫ ହଜାରରୁ ଅଧିକ ଲୋକ ଥର୍ମଲ ସ୍କ୍ରିନିଂ କରାଯାଇଛି । କୋରୋନା ଭୂତାଣୁ ରୋଗୀଙ୍କ ଯାଞ୍ଚ ପାଇଁ ଥର୍ମଲ ସ୍କ୍ରିନିଂ ୧୮ ଜାନୁଆରୀରୁ ଲଗାତର କରାଯାଉଛି ।
ସୋମବାର ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ଦେଶର ସମସ୍ତ ରାଜ୍ୟ ମଧ୍ୟରେ କୋରୋନା ଭୂତାଣୁ ର ଇଥଥାନ ପାଇଁ ଭିଡିଓ କନ୍ଫେରେନ୍ସିଂ ଜରିଆରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ପ୍ରିତୀ ସୁଦାନଙ୍କ ମୁତାବକ, ଏଯାବତ୍ ୧୯୮୪ଟି ବିମାନର ୨,୧୫,୮୨୪ ଯାତ୍ରୀଙ୍କ ଥର୍ମଲ ସ୍କ୍ରିନିଂ ହୋଇସାରିଛି । ଏଯାବତ୍ ଭାରତରେ କୋରୋନା ଭୂତାଣୁ ସଂଦେହରେ ୯୬୭୮ ଜଣଙ୍କୁ ଅଲଗା ଅଲଗା ରଖାଯାଇଛି । ଏପର୍ଯ୍ୟନ୍ତ ୧୫୬୩ ସନ୍ଦିଗ୍ଧଙ୍କ ନମୁନାର ଯାଞ୍ଚ ସରିଛି, ଯେଉଁଥିରେ ୩ ଜଣଙ୍କୁ ଛାଡି ସମସ୍ତଙ୍କ ଯାଞ୍ଚ ରିପୋର୍ଟ ନେଗେଟିଭ ଆସିଛି । ନୋବେଲ କୋରୋନା ଭୂତାଣୁର ମୁଖ୍ୟ ଲକ୍ଷଣ ହେଉଛି, ଜ୍ୱର, କାସ ଓ ସ୍ୱାସକ୍ରିୟାରେ କଷ୍ଟ ହୋଇଥାଏଲ । ଏହା ପରେ ଏହା ନିମୋନିଆରେ ପରିଣତ ହୋଇଥାଏ । ୧୦-୨୦ ପ୍ରତିଶତ ମାମଲାରେ ରୋଗ ଏପରି ଭଙ୍କର ହୋଇଯାଏ କି ଭେଣ୍ଟିଟେର ଲଗାଇବା ଜରୁରୀ ହୋଇପଡେ । ଏପରି ମାମଲାରେ ପ୍ରତି ୧୦୦ ଜଣରେ ୨ ଜଣଙ୍କ ମୃତ୍ୟୁ ହୋଇଥାଏ ।