ଓଡିଶା

କ୍ୱାରେଣ୍ଟାଇନ ସେଣ୍ଟରରେ ଟିକଟକ: ୬ ଜଣଙ୍କ ନାମରେ ମାମଲା

ଭଦ୍ରକ: କରୋନା ଉପରେ ନିୟନ୍ତ୍ରଣ ପାଇବାକୁ ବହିରାଗତ ତଥା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ସରକାର କ୍ୱାରେଣ୍ଟାଇନ ସେଣ୍ଟରରେ ରଖୁଛନ୍ତି । ସେମାନଙ୍କ ଦ୍ୱାରା ଯେମିତି କେହି ସଂକ୍ରମିତ ହେବେ ନାହିଁ, ସେଥିଲାଗି ସରକାର ସମସ୍ତ ଚେଷ୍ଟା ଚଳାଇଛି । କିନ୍ତୁ ଆମ ଲୋକମାନେ କୌଣସି ନିୟମ କାନୁନକୁ ମାନିବାକୁ ନାରାଜ । କ୍ୱାରେଣ୍ଟାଇନ ସେଣ୍ଟରରେ କରୁଛନ୍ତି ଟିକ୍ଟକ୍ ଓ ତାସ ଖେଳ । କ୍ୱାରେଣ୍ଟାଇନ ହଲରେ ଟିକ୍ଟକ କରିବାକୁ ନେଇ ଭଦ୍ରକର ଏକ କ୍ୱାରେଣ୍ଟାଇନ ସେଣ୍ଟରର ୬ ଜଣ ଅନ୍ତେବାସୀଙ୍କ ନାମରେ ମାମଲା ରୁଜୁ କରାଯାଇଛି ।

କ୍ବାରେଣ୍ଟାଇନ ନିୟମ ଉଲଘଂନ କରିଥିବା ଏହି ୬ ଜଣ ବ୍ୟକ୍ତିଙ୍କ ନାମରେ ତହିଡି ଥାନାରେ କେଶ ନମ୍ବର ୧୭୨ରେ ଆଇପିସି ଧାରା ୧୮୮ / ୨୬୯ / ୨୭୦ ଓ ଧାରା ୫୧ ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟରେ ମାମଲା ରୁଜୁ କରାଯାଇଥିବା ଭଦ୍ରକ ଏସପି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଏପ୍ରିଲ ୨୩ ତାରିଖରେ ତିହିଡ଼ିରୁ ଦୁଇଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଉକ୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ସିଆରଏସ୍ ହାଇସ୍କୁଲରେ ତିଆରି ହୋଇଥିବା ସଂଗରୋଧ ଗୃହରେ ରଖାଯାଇଥିଲା। ହେଲେ ସେଠାରେ ରହୁଥିବା କିଛି ଲୋକ ସାମାଜିକ ଦୂରତ୍ୱ ବଜାୟ ନ କରି ବିଶୃଙ୍ଖଳା ସୃଷ୍ଟି କରିବା ସହ ଟିକ୍ଟକ୍‌ ଭିଡିଓ ପ୍ରସ୍ତୁତ କରି ମଉଜମସ୍ତି କରୁଥିବା ଜଣାପଡିଥିଲା । କ୍ବାରେଣ୍ଟାଇନ ସେଣ୍ଟରରେ ଟିକଟକ୍ କରି ଭାଇରାଲ କରିବା ପରେ ସ୍ଥାନୀୟ ସରପଞ୍ଚ ତିହିଡି ଥାନାରେ ଏତଲା ଦେଇଥିଲେ ।

Related posts

ଦହିବରା ବଞ୍ଚେଇଦେଲା ପୁଅର ଜୀବନ

mahabharatanews

ତରଙ୍ଗେଲ ଗାଁରେ ୨୧ବର୍ଷ ପରେ ମେରିଆ ପର୍ବ ଅନୁଷ୍ଠିତ

mahabharatanews

ଆଜିଠାରୁ ରାଜ୍ୟରେ ବିଦ୍ଧିବଦ୍ଧ ଭାବେ କାର୍ଯ୍ୟକରିବ ଡିଲଏଟ କମ୍ପାନୀ

mahabharatanews