(ମହାଭାରତ): ପ୍ରତିଦିନ ଗୋଟିଏ ଚାମଚ ଗାଈ ଘିଅ ଖାଇଲେ ଶରୀରରେ ଥିବା ଛୋଟବଡ ସମସ୍ୟା ଦୂର ହୋଇଥାଏ । ଯେପରିକି ପାଚନ ତନ୍ତ୍ର ଠିକ୍ ରହିବା ଏବଂ ତ୍ୱଚା ଓ କେଶ ସୁସ୍ଥ ରହିବା ଇତ୍ୟାଦି ।
ସକାଳ ଜଳଖିଆ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହା ପୂର୍ବରୁ ଗୋଟିଏ ଚାମଚ ଗାଈ ଘିଅ ଖାଇବା ପାଇଁ ଅଭ୍ୟାସ କରନ୍ତୁ । ସ୍ୱାସ୍ଥ୍ୟ ବିଶେଷଗଜ୍ଞ ମଧ୍ୟ ଏହାର ପରାମର୍ଶ ଦେଇଥଶନ୍ତି । ଏହାଦ୍ୱାରା ଶରରୀରକୁ ଶକ୍ତି ମିଳିଥାଏ । ତେବେ ଖାଲି ପେଟରେ ଗାଈ ଘିଅ ଖାଇଲେ ଅନ୍ୟ କେଉଁସବୁ ଲାଭ ମିଳିଥାଏ,ଆସନ୍ତୁ ଜାଣିବା ।
୧- ଖାଲି ପେଟରେ ଗାଈ ଘିଅ ଖାଇବା ଦ୍ୱାରା ଶରୀରରେ କୋଷ ପୁର୍ନଜୀବିତ ହୋଇଥାନ୍ତି । ଏଥିଯୋଗୁଁ ତ୍ୱଚାରେ ଚମକ ଆସିଥାଏ ଏବଂ ଏହା ନରମ ରହିଥାଏ ।
୨- ଆଣ୍ଠୁଗଣ୍ଠି ରୋଗରୁ ଉପଶମ ପାଇବା ପାଇଁ ଖାଲି ପେଟରେ ଘିଅ ଖାଆନ୍ତୁ । ଘିଅରେ ଓମେଗା ୩ ଫ୍ୟାଟି ଏସିଡ ରହିଛି । ଯାହା ଅଷ୍ଟିଓପୋରୋସିସ୍ ରୋଗର ଆଶଙ୍କାକୁ କମ୍ କରିଥାଏ ।
୩- ଘିଅ ମସ୍ତିଷ୍କକୁ ସକ୍ରିୟ ରଖିଥାଏ । ସକାଳେ ଖାଲି ପେଟରେ ଘିଅ ଖାଇଲେ ମସ୍ତିଷ୍କରେ ଥିବା କୋଷ ସକ୍ରିୟ ହେଉଥିବାରୁ ସ୍ମୃତିଶକ୍ତି ବୃଦ୍ଧି ହୋଇଥାଏ । ଏହାଦ୍ୱାରା ଅଲଜାଇମର ପରି ରୋଗ ସହିତ ଲଢିବା ପାଇଁ ଶକ୍ତି ମିଳିଥାଏ ।
୪- ଘିଅ କେଶ ପାଇଁ ଲାଭଦାୟକ । ତେଣୁ ଖାଲି ପେଟରେ ଘିଅ ଖାଇଲେ କେଶ ଝଡିବା ସମସ୍ୟା ଦୂର ହୋଇଥାଏ ।