(ମହାଭାରତ, ଖୋର୍ଦ୍ଧା): ଖୋର୍ଦ୍ଧା ଜିଲ୍ଲାରେ ଆଜି ଠାରୁ ସ୍ୱତନ୍ତ୍ର ଟୀକାକରଣ ଅଭିଯାନ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲାର ୬ଟି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁରେ ଚାଲିବ । ସ୍ୱତନ୍ତ୍ର ଟୀକାକରଣ ଦ୍ୱାରା ୧୧ଟି ପ୍ରାଣଘାତୀ ରୋଗରୁ ଗର୍ଭବତୀ ମହିଳା ଏବଂ ଶିଶୁମାନଙ୍କୁ ରକ୍ଷା କରାଯାଇପାରିବ । ୨୭୧ଟି ଟୀକା ଦାନ ଅଧିବେଶନରେ ବିଭିନ୍ନ ଗାଁର ୬୨ ଜଣ ଗର୍ଭବତୀ ମହିଳା ଏବଂ ୭୮୬ ଜଣ ଶିଶୁଙ୍କୁ ଚିହ୍ନଟ କରାଯାଇ ଟୀକାଦାନ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ପୋଲିଓ, ଜଣ୍ଡିସ, କଣ୍ଠଆଳତୀ, ଲହରା କାଶ, ଟୀଟାନାସ, ମସ୍ତିସ୍କ ଜ୍ୱର, ତରଳ ଝାଡା, ଜାପାନୀ ଜ୍ୱର, ଟିବି, ମିଳିମିଳା, ରୁବେଲା ଆଦି ରୋଗ କବଳରୁ ରକ୍ଷା ପାଇବା ପାଇଁ ଏହି ଟୀକାକରଣ ଅଭିଯାନ ଆରମ୍ଭ ହୋଇଛି । ଯେଉଁମାନେ ଗୋଟିଏ ବା ୨ଟି ଟୀକା ନେଇ ଅଧାରୁ ଛାଡି ଦେଉଛନ୍ତି, କିମ୍ବା ଟୀକା ନେବାକୁ ଅମଙ୍ଗ ହେଉଛନ୍ତି ସେମାନଙ୍କୁ ଏହି କାର୍ଯ୍ୟକ୍ରମ ଜରିଆରେ ଚିହ୍ନଟ କରିବା ସହ ସମ୍ପୂର୍ଣ୍ଣ ଟୀକାକରଣ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଉପରୋକ୍ତ ସମସ୍ତ ରୋଗ ପାଇଁ ଦିଆଯିବାକୁ ଥିବା ଟୀକା ସମ୍ପୂର୍ଣ୍ଣ ସୁରକ୍ଷିତ, ଉଚ୍ଚମାନର ଏବଂ ତାଲିମ ପ୍ରାପ୍ତ ସ୍ୱାସ୍ଥ୍ୟ ପ୍ରଦାନ କରାଯିବ ବୋଲି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଶ୍ୱରଞ୍ଜନ ପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
previous post
next post