Uncategorized

ଗ୍ରାମ୍ୟ କୋର୍ଟ ପ୍ରତିଷ୍ଠା ନ ହେବାକୁ ନେଇ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ଆଜି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରକୁ ଗ୍ରାମ୍ୟ କୋର୍ଟ ଗଠନ ହୋଇନଥିବାକୁ ନେଇ ଭତ୍ସର୍ନା କରିଛନ୍ତି । ଏହି ମାମଲାରେ ଉତ୍ତର ନ ଦେବାକୁ ନେଇ ମଧ୍ୟ କୋର୍ଟ ଜରିମାନା ଲଗାଇଛନ୍ତି । ଗ୍ରାମ୍ୟ କୋର୍ଟ କୋର୍ଟ ଗଠନ ମାମଲାର ଶୁଣାଣି କରି ଆଜି ସୁପ୍ରିମ କୋର୍ଟ ଆସାମ, ଚଣ୍ଡିଗଡ, ଗୁଜୁରାଟ, ହରିଆନା, ଓଡିଶା, ପଞ୍ଜାବ, ତେଲେଙ୍ଗାନା ଓ ପଶ୍ଚିମ ବଙ୍ଗ ସରକାର ଉପରେ ଏକ ଲକ୍ଷ ଟଙ୍କା ଲେଖାର ଜରିମାନା କରିଛନ୍ତି ।

ସୁପ୍ରିମ କୋର୍ଟ ଆଜି ରାଜ୍ୟଗୁଡିକୁ ଏକ ମାସ ମଧ୍ୟରେ ଗ୍ରାମ୍ୟ କୋର୍ଟ ଗଠନ ଓ ଅଧିସୂଚନା ଜାରି କରିବାକୁ ଆଦେଶ ଦେଇଛନ୍ତି । ୨୦୦୮ ମସିହାରେ ସଂସଦ ଆଇନ ପାରିତ କରି ତୃଣମୂଳ ସ୍ତରରୁ ଗ୍ରାମ୍ୟ କୋର୍ଟ ଗଠନ କରି ଲୋକଙ୍କୁ ତ୍ୱରିତ୍ ନ୍ୟାଳ ଦେବାକୁ ପ୍ରସ୍ତାବ ଦେଇଥିଲେ । ଏହା ଅକ୍ଟୋବର ୨, ୨୦୧୯ରେ ଅସ୍ତିତ୍ୱକୁ ଆସିଥିଲା । କିନ୍ତୁ ଏହା ଏପର୍ଯ୍ୟନ୍ତ ଲାଗୁ ହୋଇ ନ।।ହିଁ । ସେପ୍ଟେମ୍ବର ୨୦୧୯ ପର୍ଯ୍ୟନ୍ତ ଦେଶର ମୋଟ ୨୦୯ଟି ଗ୍ରାମ୍ୟ କୋର୍ଟ କାମ କରୁଥିବା ବେଳେ ୫୦୦୦ କୋର୍ଟ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।ା

Related posts

କଏଦୀଙ୍କ ମତଦାନ ଅଧିକାରକୁ ନେଇ ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ

mahabharatanews

ପ୍ରାଣବଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

mahabharatanews

୧୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇନି ବେତନଟୀ ଶବ ବ୍ୟବଚ୍ଛେଦ ଗୃହ

mahabharatanews