Uncategorized

ଗ୍ରାମ୍ୟ କୋର୍ଟ ପ୍ରତିଷ୍ଠା ନ ହେବାକୁ ନେଇ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ଆଜି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରକୁ ଗ୍ରାମ୍ୟ କୋର୍ଟ ଗଠନ ହୋଇନଥିବାକୁ ନେଇ ଭତ୍ସର୍ନା କରିଛନ୍ତି । ଏହି ମାମଲାରେ ଉତ୍ତର ନ ଦେବାକୁ ନେଇ ମଧ୍ୟ କୋର୍ଟ ଜରିମାନା ଲଗାଇଛନ୍ତି । ଗ୍ରାମ୍ୟ କୋର୍ଟ କୋର୍ଟ ଗଠନ ମାମଲାର ଶୁଣାଣି କରି ଆଜି ସୁପ୍ରିମ କୋର୍ଟ ଆସାମ, ଚଣ୍ଡିଗଡ, ଗୁଜୁରାଟ, ହରିଆନା, ଓଡିଶା, ପଞ୍ଜାବ, ତେଲେଙ୍ଗାନା ଓ ପଶ୍ଚିମ ବଙ୍ଗ ସରକାର ଉପରେ ଏକ ଲକ୍ଷ ଟଙ୍କା ଲେଖାର ଜରିମାନା କରିଛନ୍ତି ।

ସୁପ୍ରିମ କୋର୍ଟ ଆଜି ରାଜ୍ୟଗୁଡିକୁ ଏକ ମାସ ମଧ୍ୟରେ ଗ୍ରାମ୍ୟ କୋର୍ଟ ଗଠନ ଓ ଅଧିସୂଚନା ଜାରି କରିବାକୁ ଆଦେଶ ଦେଇଛନ୍ତି । ୨୦୦୮ ମସିହାରେ ସଂସଦ ଆଇନ ପାରିତ କରି ତୃଣମୂଳ ସ୍ତରରୁ ଗ୍ରାମ୍ୟ କୋର୍ଟ ଗଠନ କରି ଲୋକଙ୍କୁ ତ୍ୱରିତ୍ ନ୍ୟାଳ ଦେବାକୁ ପ୍ରସ୍ତାବ ଦେଇଥିଲେ । ଏହା ଅକ୍ଟୋବର ୨, ୨୦୧୯ରେ ଅସ୍ତିତ୍ୱକୁ ଆସିଥିଲା । କିନ୍ତୁ ଏହା ଏପର୍ଯ୍ୟନ୍ତ ଲାଗୁ ହୋଇ ନ।।ହିଁ । ସେପ୍ଟେମ୍ବର ୨୦୧୯ ପର୍ଯ୍ୟନ୍ତ ଦେଶର ମୋଟ ୨୦୯ଟି ଗ୍ରାମ୍ୟ କୋର୍ଟ କାମ କରୁଥିବା ବେଳେ ୫୦୦୦ କୋର୍ଟ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।ା

Related posts

ଉଦ୍ଧବ ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ ଅଜିତଙ୍କୁ ଅର୍ଥ, ଆଦିତ୍ୟଙ୍କୁ ପରିବେଶ ମନ୍ତ୍ରାଳୟ ଦାୟିତ୍ୱ

mahabharatanews

ତିଥି ଅନୁସାରେ କରନ୍ତୁ ଏହି ଜିନିଷ ଦାନ

mahabharatanews

ଇରାନର ପରମାଣୁ ପାୱାର ପ୍ଲାଣ୍ଟ ନିକଟରେ ଭୁକମ୍ପ

mahabharatanews

Leave a Comment