Uncategorized

ଘରେ ପ୍ରସ୍ତୁତ କରନ୍ତୁ ଗରମା ଗରମ୍ ଚିଲ୍ଲି ସୋୟାବଡି

(ମହାଭାରତ): ଗ୍ୟାସରେ ଗୋଟେ ପ୍ୟାନ ବସାନ୍ତୁ । ପ୍ୟାନରେ ୪କପ୍ ପାଣି ଫୁଟାନ୍ତୁ । ପାଣିରେର ଗୋଟେ ବଡ କପ୍ ସୋୟାବିନକୁ ପକାଇ ଫୁଟିବାକୁ ଦିଅନ୍ତୁ । ସୋୟାବିନ ଫୁଟିଗଲେ ୧୦ମିନିଟ୍ ପରେ ଗରରମ ପାଣି ଛାଣି ଦିଅନ୍ତୁ । ଏବେ ଏହି ସୋୟାରେର ଥଣ୍ଡା ପାଣି ଭର୍ତ୍ତି କରିଦିଅନ୍ତୁ ।

ଏବେ ଗୋଟେ ପାତ୍ରରେର ଦହି ଗୋଟେ ଚାମଚ,ଅଦା ରସୁଣ ପେଷ୍ଟ, ଗୋଲମରିଚ ଅଧ ଚାମଚ,ଲଙ୍କାଗୁଣ୍ଡ ଛୋଟ ଚାମଚ ଓ ଲୁଣ ସ୍ୱାଦ ଅନୁସାରେ ଦେଇ ଗୋଳାନ୍ତୁ । ଏବେ ଏଥିରେ ସୋୟାବଡି ପକାଇ ପକାଇ ମିଶାଇ ଦିଅନ୍ତୁ । ଏଥିରେ ୪ଚାମଚ କର୍ଣ୍ଣଫ୍ଲୋର ପକାଇ ମ୍ୟାରିନେଟ୍ କରିଦିଅନ୍ତୁ । ଏବେ ଏହି ସୋୟାବଡିକୁ ତେଲରେ ଛାଣନ୍ତୁ । ସୋୟାବଡି ହାଲକ।। ବାଦାମୀ ରଙ୍ଗର ହୋଇଗଲେ ଏହାକୁ କାଢିଦିଅନ୍ତୁ ।

ଏବେ ଗୋଟେ ପ୍ୟାନ ବସାଇ ଏଥିରେ ଗୋଟେ ଚାମଚ ରିଫାଇଣ୍ଡ ତେଲ ପକାନ୍ତୁ । ତେଲ ଗରମ ହୋଇଗଲେ ଏଥିରେ ଅଦା ଅଧ ଇଞ୍ଚକୁ କାଟି ପକାନ୍ତୁ,ଏବେ ଏଥିରେର କଞ୍ଚା ଲଙ୍କାକୁ କାଟି ପକାଇବେ । ଏବେ ଗୋଟେ ପିଆଜ,କ୍ୟାପସିକମ ପକାଇ ଭାଜି ଦେବେ । ଏବେ ଏଥିରେ ଦୁଇ ଚାମଚ ଟମାଟୋ ସସ୍ ,ଭିନେଗାର ଗୋଟେ ଚାମଚ,ସୋୟାସସ୍ ଗୋଟେ ଚାମଚ,ଚିଲ୍ଲି ସସ୍ ଗୋଟେ ଚାମଚ ,ଗୋଲମରିଚ ଅଧ ଚାମଚ,ଲୁଣ ସ୍ୱାଦ ଅନୁସାରେ ପକାଇ ମିଶାଇ ଦିଅନ୍ତୁ । ଏବେ ଗୋଟେ ଛୋଟ ପାତ୍ରରେ ଗୋଟେ ଚାମଚ କର୍ଣ୍ଣଫ୍ଲୋର ସହ ଦୁଇ ଚାମଚ ପାଣି ମିଶାଇ ଗୋଳାଇ ଦିଅନ୍ତୁ,ଏହି ପାଣିକୁ ପ୍ୟାନରେ ଢାଳନ୍ତୁ ।
ଏବେ ଏଥିରେ ସୋୟାବଡି ପକାଇ ମିଶାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଚିଲ୍ଲି ସୋୟାବଡି ।

Related posts

ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକଲେ କେଜରିୱାଲ

mahabharatanews

ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ

mahabharatanews

ତୁମ ଅନୁପସ୍ଥିତିକୁ ପୂରଣ କରିଛି କଣ୍ଢେଇ

mahabharatanews

Leave a Comment