ଓଡିଶା

ଜିଲ୍ଲାପଳଙ୍କ ଲକଡାଉନ ଯାଞ୍ଚ

ଗଞ୍ଜାମ: କରୋନା ଭୟାବହତାକୁ କେନ୍ଦ୍ର ଓ ରାଜ୍ୟସରକାର ଲକଡାଉନ ଘୋଷଣା କରିଥିବା ବେଳେ ଗଞ୍ଜାମ ଜିଲା ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରି ·ଲିଛି । ନିର୍ଦ୍ଦେଶନାମାକୁ ୧୨ଘଣ୍ଟା ପୂରି ନ ଥିବାବେଳେ ପୁଣି ନୂତନ ନିର୍ଦ୍ଦେଶନାମା ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜାରି କରିଛନ୍ତି । ନୂତନ ନିର୍ଦ୍ଦେଶନାମା ଅନୁସାରେ ମଙ୍ଗଳବାରଠାରୁ ସକାଳ ୭ଟାରୁ ମ୍ମାହ୍ନ ୧୨ଟା ପର୍ଯ୍ୟନ୍ତ ରାଶନ, ପରିବା, କ୍ଷୀର, ମାଛ, ମାଂସ, ଅଣ୍ଡା, ଫଳ ଆଦି ଜରୁରୀ ସାମଗ୍ରୀ ଦୋକାନ ଖୋଲିବ । ଅପରପକ୍ଷରେ ଔଷଧ ଦୋକାନ ଖୋଳିବା ଉପରେ କିଛି କଟକଣା ନାହିଁ । ଏହି ନିର୍ଦ୍ଦେଶନାମା ୨୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।
ପ୍ରକାଶଯୋଗ୍ୟ, ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ଜରୁରୀ ଦୋକାନ ଖୋଲିବ ବୋଲି ସୋମବାର ସନ୍ଧ୍ୟାରେ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ମଙ୍ଗଳବାର ଏଥିରେ ପରିବର୍ତ୍ତନ କରିବା ସହ ଜିଲାପାଳ ଛତ୍ରପୁର ବଜାରରେ ବୁଲି ଅନୁଧ୍ୟାନ କରିଛନ୍ତି ।

Related posts

ରାଜ୍ୟରେ ଅକ୍ସିଜେନ ପ୍ଲାଣ୍ଟ ତୁରନ୍ତ ନିର୍ମାଣ କରିବାକୁ ମଜଦୁର ସଂଘ ପକ୍ଷରୁ ପ୍ରସ୍ତାବ

mahabharatanews

ଉଦ୍ଘାଟିତ ହେଲା ଓଡିଶାର ପ୍ରଥମ ସ୍ୱତନ୍ତ୍ର ଅଣ୍ଡା ଷ୍ଟୋର୍, ଓଭୋ ଫାର୍ମର କେନଙ୍କୋ ଏଗଷ୍ଟ୍ରା

mahabharatanews

ଶନିବାର ଓ ରବିବାର ଛୁଟି ମଧ୍ୟ ବାତିଲ

mahabharatanews