Uncategorized

ଜୀବନସାଥୀ ବାଛିଲେ ୧୧୦୦ ହିନ୍ଦୁ, ମୁସଲମାନ ଯୋଡି

(ଅହମ୍ମଦାବାଦ): ଗୁଜୁରାଟର ଅହମ୍ମଦାବାଦ ଠାରେ ଶନିବାର ହିନ୍ଦୁ ଓ ମୁସଲିମଙ୍କ ପାଇଁ ସାମୁହିକ ବିବାହର ଆୟୋଜନ ହୋଇଥିଲା । ଏଥିରେ ଉଭୟ ଧର୍ମର ପ୍ରାୟ ୧୧୦୦ ଦମ୍ପତ୍ତି ଭାଗ ନେଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏକ ସ୍ଥାନୀୟ ଟ୍ରଷ୍ଟ ପକ୍ଷରୁ ଏହି ଗଣବିବାହର ଆୟୋଜନ ହୋଇଥିଲା । ବିବାହ ପରେ ନବଦମ୍ପତ୍ତିଙ୍କୁ ଉପହାର ପ୍ରଦାନ କରାଯାଇଥିଲା । ଏଭଳି ଗଣବିବାହର ଆୟୋଜନ ହେବା ଫଳରେ ଗରିବ ପରିବାରର ଅବିବାହିତ ଯୁବକ ଯୁବତୀମାନେ ଉପକୃତ ହୋଇ ପାରୁଛନ୍ତି । ସାମୁହିକ ବିବାହ ଦ୍ୱାରା ଗରିବ ପରିବାରଙ୍କ ଉପରେ ଥିବା ଆର୍ଥିକ ଚିନ୍ତା ହ୍ରାସ ପାଇଥାଏ । ସେହି ଦୃଷ୍ଟିରୁ ଏଭଳି ବିବାହରେ ସାମିଲ ହୋଇ ନିଜ ଜୀବନ ସାଥୀ ବାଛି ପାରିଥିବାରୁ ଜଣେ ନବ ବିବାହିତା ଏହି କାର୍ଯ୍ୟକ୍ରମର ପ୍ରଶଂସା କରିଛନ୍ତି । ସାମୁହିକ ଗଣ ବିବାହରେ ଉଭୟ ହିନ୍ଦୁ ଓ ମୁସଲମାନଙ୍କ ଯୋଗଦାନ ଦେଶବାସୀଙ୍କ ଏକତା ମଜବୁତ ଥିବା ମଧ୍ୟ ଦର୍ଶାଉଛି ବୋଲି ଅନ୍ୟ ଜଣେ ଦମ୍ପତ୍ତି ଏହି ଅବସରରେ କହିଛନ୍ତି ।

Related posts

୧ ମେ’ରୁ ମହାରାଷ୍ଟ୍ରରେ ଏନପିଆର ଲାଗୁ ହେବ

mahabharatanews

ଇସ୍ରୋ ଲଞ୍ଚ କରିବାକୁ ଯାଉଛି ଚନ୍ଦ୍ରଯାନ-୩

mahabharatanews

ସଂକ୍ରମଣ ନେଇ ଆଗାମୀ ଲକଡାଉନରେ ଲାଗିବ କଟକଣା

mahabharatanews