ଓଡିଶା

ଟ୍ରକ୍କୁ ଧକ୍କା ଦେଲା କାର, ଜଣେ ମୃତ

(ମହାଭାରତ, ପାରାଦ୍ୱୀପ): କଟକ-ପାରାଦୀପ ରାସ୍ତାର ଲୋକନାଥ ଗଡା ନିକଟରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଗୋଟିଏ କାର୍ ଏକ ଟ୍ରକ ପଛରେ ପିଟି ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ମୃତକ ଜଣକ ପାରାଦ୍ୱୀପ ନୂଆ ବଜାରର ସାରଦା ପ୍ରସନ୍ନ ସ୍ୱାଇଁ ବୋଲି ଜଣାପଡିଛି । ୩ ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଜଣଙ୍କୁ ଅଠରବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, କଟକ-ପାରାଦ୍ୱୀପ ରାସ୍ତାର ଲୋକନାଥ ଗଡା ନିକଟରେ ଟ୍ରକଟି ରାସ୍ତା କଡରେ ଠିଆ ହୋଇଥିଲା । ଏହି ସମୟରେ କାରଟି ଆସି ତା’ପଛରେ ପିଟି ହୋଇଥିଲା । ଘଟଣାସ୍ଥଳରେ ହିଁ ସାରଦାଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନା ନେଇଥିଲା । ସେହିପରି ଯୁବକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠା ଯାଇଥିଲା । ତେବେ ଦୁର୍ଘଟଣା ପରେ ଟ୍ରକ୍ଟି ଘଟଣାସ୍ଥଳରୁ ଫେରାର ହୋଇଥିଲା ।

Related posts

ସାକ୍ଷୀଗୋପିନାଥ ଦେବଙ୍କର ସ୍ୱତନ୍ତ୍ର ନୀତିକାନ୍ତି

mahabharatanews

ହୀରାକୁଦ ଡ୍ୟାମ୍ ପାଣି ମାଡ଼ି ଆସିବାରୁ ଘାଇ ହୋଇ ଚାଷଜମି ଜଳମଗ୍ନ

mahabharatanews

କୂଅରୁ ବଜ୍ରକାପ୍ତା ଉଦ୍ଧାର କଲା ବନ ବିଭାଗ

mahabharatanews