ଓଡିଶା

ଟ୍ରକ-ବାଇକ୍ ମୁହାଁମୁହିଁ ଧକ୍କା, ୧ ମୃତ

(ମହାଭାରତ, ନବରଙ୍ଗପୁର): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଶହୀଦ ମିନାର ନିକଟରେ ରବିବାର ଏକ ମର୍ମନ୍ୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଉଭୟ ଏକ ବାଇକ ଯୋଗେ ପାପଡାହାଣ୍ଡିରୁ ଘରକୁ ଫେରୁଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଗୋଟିଏ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ନବରଙ୍ଗପୁର ଅନ୍ତର୍ଗତ ବଡକୁମୁଲି ଗାଁର ଦୁର୍ଯ୍ୟୋଧନ ଗୌଡ ବୋଲି ଜଣାଯାଇଛି । ଆହତ ଜଣଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ବିଷୟରେ ଖବର ପାଇ ପାପଡାହାଣ୍ଡି ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

Related posts

ନାମାଙ୍କନ ପତ୍ର ଦାଖଲ କଲେ ଉପବାଚସ୍ପତି ପାର୍ଥି 

mahabharatanews

ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ସମନ୍ୱୟ ବୈଠକ ଶେଷ

mahabharatanews

ଓଡ଼ିଶା ଗୃହ ନିର୍ମାଣ ସମବାୟ ସମିତିର ନିର୍ଦେଶିକା ଭାବେ ଶୁଚିଶ୍ମିତା ପଟ୍ଟନାୟକ ନିର୍ଦ୍ଵନ୍ଦରେ ନିର୍ବାଚିତ

mahabharatanews