ଅପରାଧଓଡିଶା

ସ୍ୱାମୀଙ୍କ ମୋବାଇଲ ଚୋରି ପାଇଁ ସୁପାରୀ!

ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଆରମ୍ଭରେ ସାଧାରଣ ମୋବାଇଲ ଚୋରି ମାମଲା ଭାବେ ଦେଖାଯାଉଥିବା ଘଟଣାର ତଦନ୍ତ କରିବା ବେଳେ ପୋଲିସ ହାତରେ ଲାଗିଛି ଏକ ସାଙ୍ଘାତିକ ଷଡ଼ଯନ୍ତ୍ରର ସୁରାକ।

ଅଭିଯୋଗ ଅନୁଯାୟୀ, ଆଲୋକ ଜେନା ନାମକ ଜଣେ ବ୍ୟକ୍ତିଙ୍କ ମୋବାଇଲ ଫୋନ ଚୋରି ହୋଇଥିଲା। ଏନେଇ ସେ ତମାଣ୍ଡୋ ଥାନାରେ ଅଭିଯୋଗ ଦାଖଲ କରିଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ପରେ ଜଣାପଡ଼ିଥିଲା ଯେ ଏହା କେବଳ ଏକ ସାଧାରଣ ଚୋରି ଘଟଣା ନୁହେଁ।

ତଦନ୍ତରୁ ସାମ୍ନାକୁ ଆସିଥିଲା ଯେ ମୋବାଇଲ ଫୋନରେ ଥିବା କିଛି ବ୍ୟକ୍ତିଗତ ତଥ୍ୟ ଓ ସମ୍ପର୍କ ସମ୍ବନ୍ଧୀୟ ପ୍ରମାଣକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ଏହି ଚୋରି ଯୋଜନା କରାଯାଇଥିଲା। ଅଭିଯୋଗ ଅନୁସାରେ, ଅଭିଯୋଗକାରୀଙ୍କ ସ୍ତ୍ରୀ ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ମୋବାଇଲ ଚୋରି ପରେ ଅଭିଯୁକ୍ତ ଲିପୁନ ବେହେରା ସେହି ଫୋନକୁ ମହିଳାଙ୍କ ପୁରୁଷ ବନ୍ଧୁଙ୍କ ନିକଟକୁ ପଠାଇ ଦେଇଥିବା ତଦନ୍ତରୁ ଜଣାପଡ଼ିଛି।

ପୋଲିସ ଏହି ଘଟଣାରେ ଲିପୁନ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେପଟେ ଘଟଣାରେ ସମ୍ପୃକ୍ତି ଥିବା ସନ୍ଦେହରେ ଅଭିଯୋଗକାରୀଙ୍କ ସ୍ତ୍ରୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ପୋଲିସ ଖୋଜୁଥିବା ସୂଚନା ମିଳିଛି।

Related posts

ସବୁଦିନ ସର୍ବସାଧାରଣ ଦର୍ଶନ ପାଇଁ ୮ ତାରିଖରେ ବୈଠକ

mahabharatanews

ଆଜିଠାରୁ ରାଜ୍ୟ ବିଜେପିର ୩ ଦିନିଆ ପ୍ରଶିକ୍ଷଣ ଶିବିର

mahabharatanews

ଦୋକାନ ସିଲ୍ କରି ହଟହଟା ହେଲେ ତହସିଲଦାର

mahabharatanews