Uncategorized

ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ବସ୍ତି ଛାଡିବାକୁ ଅହମ୍ନଦାବାଦ ମ୍ୟୁନିସିପାଲିଟିର ନିର୍ଦ୍ଦେଶ

(ମହାଭାରତ, ଅହମ୍ମଦାବାଦ): ଚଳିତମାସ ୨୪ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସୁଛନ୍ତି । ସେ ଅହମ୍ମଦାବାଦ ଗସ୍ତରେ ମଧ୍ୟ ଯିବେ । ତେବେ ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ ବସ୍ତି ବାସିନ୍ଦାଙ୍କୁ ତୁରନ୍ତ ସେମାନଙ୍କ ବସ୍ତି ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୋଟେରା ଅଞ୍ଚଳରେ ଥିବା ବସ୍ତିଗୁଡିକୁ ତୁରନ୍ତ ଛାଡିବାକୁ ମ୍ୟୁନିସିପାଲିଟି ପକ୍ଷରୁ ନୋଟିସ ଜାରି କରାଯାଇଛି । ଏଥିପାଇଁ ସେମାନଙ୍କୁ ୭ ଦିନର ମହଲତ ଦିଆଯାଇଛି । ଏହାଛଡା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନବନ୍ଦର ଓ ଇନ୍ଦିରା ବ୍ରିଜକୁ ଲାଗି ରହିଥିବା ଏକ ରୋଡ ନିକଟରେ ମ୍ୟୁୁନିସିପାଲିଟି କାନ୍ଥ ନିର୍ମାଣ କରୁଛି । ଏଥିପାଇଁ ସେମାନଙ୍କୁ ଜାଗା ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏନେଇ ସହରର ମେୟରଙ୍କ ନିକଟରେ କୌଣସି ସୂଚନା ନଥିବା ଜଣାଯାଇଛି । ବସ୍ତି ଖାଲି କରିବାକୁ ଦିଆଯାଇଥିବା ନୋଟିସ ବିଷୟରେ ଜଣାନଥିବା ମେୟର ବିଜଲ ପଟେଲ କହିଛନ୍ତି ।

Related posts

ଯାନ୍ତ୍ରିକ ତ୍ରୁଟି ପାଇଁ ୫ ଘଣ୍ଟା ଅଟକିଲା ତପସ୍ୱିନୀ ଏକ୍ସପ୍ରେସ

mahabharatanews

ରେକର୍ଡ ସ୍ତରରେ ପହଞ୍ଚିଲା ମାର୍କେଟ, ପ୍ରଥମଥର ପାଇଁ ସେନସେକ୍ସ ୪୨,୦୦୦ ଉପରେ

mahabharatanews

ଜାମ୍ମୁରେ ହେବ ଭଗବାନ ଭେଙ୍କେଟେଶ୍ୱରଙ୍କ ମନ୍ଦିର

mahabharatanews