Uncategorized

ଡିଫେନ୍ସ ଏକ୍ସପୋ ପାଇଁ ଗଛ କଟା ହୋଇନାହିଁ: ୟୁପି

ନୂଆଦିଲ୍ଲୀ: ଗୁରୁବାର ଦିନ ଉତ୍ତର ପ୍ରଦେଶ ସରକାର ସୁପ୍ରିମକୋର୍ଟଙ୍କୁ ନିଶ୍ଚିତ କରାଇଛନ୍ତି କି, ଲକ୍ଷେ୍ନøଠାରେ ଡିଫେନ୍ସ ଏକ୍ସପୋ ପାଇଁ କୌଣସି ଗଛ କଟାଯାଇନାହିଁ କି କଟାଯିବ ନାହିଁ । ଉତ୍ତର ପ୍ରଦେଶ ସରକାର ୬୪ହଜାର ଗଛ କାଟିଥିବା ନେଇ ଏକ ଯାଚିକାର ଶୁଣାଣି କାଳରେ ସୁପ୍ରିମକୋର୍ଟଙ୍କୁ ରାଜ୍ୟସରକାର ଏହା କହିଛନ୍ତି । ଆପେକ୍ସ କୋର୍ଟରେ ହୋଇଥିବା ଶୁଣାଣି କାଳରେ ସରକାରୀ ଓକିଲ କୋର୍ଟଙ୍କୁ ଏହା ଜଣାଇଛନ୍ତି । ଯାଚିକାରେ ଦର୍ଶା ଯାଇଥିଲା ଏହି ସବୁଜିମା ସୃଷ୍ଟି ପାଇଁ ଦଶନ୍ଧି ଦଶନ୍ଧି ଲାଗି ଯ।।ଇଥିଲା । କିନ୍ତୁ ବିନା କିଛି ଚିନ୍ତା କରି ଏତେ ସଂଖ୍ୟକ ଗଛ କାଟି ଦିଆଗଲା, ଯାହା ଆଗାମୀ ପିଢି ପାଇଁ ଅପୂରଣୀୟ କ୍ଷତି ।

ସୂଚନାଯୋଗ୍ୟ, ଗତବର୍ଷ ଡିଫେନ୍ସ ଏକ୍ସପୋ ପାଇଁ ରାଜ୍ୟସରକାର ୬୪ ହଜାର ଗଛ କାଟିଥିବା ନେଇ ସେତେବେଳେ ହଙ୍ଗାମା ହୋଇଥିଲା । ଏହାକୁ ନେଇ ମଧ୍ୟ କୋର୍ଟଙ୍କ ନିକଟରେ ଯାଚିକା ଦାଖଲ କରାଯାଇଥିଲା । ଯାଚିକାରେ ଦର୍ଶା ଯାଇଥିଲା କି ଡିସେମ୍ବର ମାସରେ ଏହାକୁ ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାର ଓ ରକ୍ଷାମନ୍ତ୍ରାଳୟକୁ ନୋଟିସ ଜାରି କରିଥିଲେ ।

Related posts

ଚମ୍ପକ ଦ୍ୱାଦଶୀରେ ଶ୍ରୀକ୍ଷେତ୍ର ପରିକ୍ରମା କଲେ ଚଳନ୍ତି ପ୍ରତିମା

mahabharatanews

ଦଳ ହିତଠୁ ଉଚ୍ଚରେ ଦେଶ ହିତ: ପ୍ରଧାନମନ୍ତ୍ରୀ

mahabharatanews

କାବୁଲ ବିମାନବନ୍ଦର: ୨୮ ତାଲିବାନ ଆତଙ୍କୀ ନିହତ

mahabharatanews