Uncategorized

ଦିଲ୍ଲୀ ହିଂସା: କଂଗ୍ରେସର ପୂର୍ବତନ ମ୍ୟୁନିସିପାଲ କାଉନସିଲର ଗିରଫ

(ନୂଆଦିଲ୍ଲୀ): ଉତ୍ତରପୂର୍ବ ଦିଲ୍ଲୀରେ ଗତ କିଛି ଦିନ ଧରି ସାମ୍ପ୍ରଦାୟିକ ହିଂସା ପରେ ଏବେ ସ୍ଥିତି ସୁଧୁରିବାରେ ଲାଗିଛି । ସହରରେ ଦୋକାନ ବଜାର ଖୋଲିଥିବା ବେଳେ ଲୋକମାନେ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି । ଇତିମଧ୍ୟରେ ଶନିବାର କଂଗ୍ରେସର ପୂର୍ବତନ ମ୍ୟୂନିସିପାଲ କାଉନସିଲର ଇଶରତ୍ ଜହାଁଙ୍କୁ ହିଂସା ଉସୁକାଇବା ଅଭିଯୋଗରେ ପୋଲିସ ଗିରଫ କରିଛି । ଗତ ସୋମବାର ଓ ମଙ୍ଗଳବାର ଜଗତପୁରୀ ଅଞ୍ଚଳରେ ହୋଇଥିବା ସାମ୍ପ୍ରଦାୟିକ ହିଂସାରେ ଇଶରତ ସାମିଲ ଥିବା ଅଭିଯୋଗ ହୋଇଛି । ତାଙ୍କ ନାଁରେ ପୋଲିସ ଏକ ମାମଲା ରୁଜୁ କରି ଇଶରତଙ୍କୁ କୋର୍ଟରେ ହାଜର କରିଥିଲେ । ଏହି ମାମଲାରେ କୋର୍ଟ ଶୁଣାଣି କରି ତାଙ୍କ ଜାମିନ ଖାରଜ କରିବା ସହ ତାଙ୍କୁ ୧୪ ଦିନ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି । ସୂଚନାଯୋଗ୍ୟ, ଖୁରେଜି ଖାସ ରୋଡ ଠାର ଗତ ରବିବାର ବିକ୍ଷୋଭକାରୀଙ୍କ ସହ ମିଶି ଆନ୍ଦୋଳନ ଚଳାଇଥିଲେ । ବିଗତ ୫୦ ଦିନ ଧରି ଇଶରତ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ଆନ୍ଦୋଳନ କରିଆସୁଥିଲେ ।

Related posts

ଘରର ମୁଖ୍ୟ ଦ୍ୱାରରେ ଲଗାନ୍ତୁ ଏହି ସବୁ ଚିହ୍ନ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

mahabharatanews

ପୂର୍ଣ୍ଣ ଦରମା ପାଇଁ ନିଯୁକ୍ତିଦାତାଙ୍କୁ କେନ୍ଦ୍ର ନିର୍ଦ୍ଦେଶ ଉପରେ ଜବାବ ମାଗିଲେ ସୁପ୍ରିମ କୋର୍ଟ

mahabharatanews

ଜାମିଆ, ଜେଏନୟୁ ଶିକ୍ଷାର୍ଥୀଙ୍କୁ ସାବାଡ କରିବା ଫର୍ମୁଲା ଜାଣିଛି: ବାଲ୍ୟାନ

mahabharatanews