Uncategorized

ଦିଲ୍ଲୀ ହିଂସା: କଂଗ୍ରେସର ପୂର୍ବତନ ମ୍ୟୁନିସିପାଲ କାଉନସିଲର ଗିରଫ

(ନୂଆଦିଲ୍ଲୀ): ଉତ୍ତରପୂର୍ବ ଦିଲ୍ଲୀରେ ଗତ କିଛି ଦିନ ଧରି ସାମ୍ପ୍ରଦାୟିକ ହିଂସା ପରେ ଏବେ ସ୍ଥିତି ସୁଧୁରିବାରେ ଲାଗିଛି । ସହରରେ ଦୋକାନ ବଜାର ଖୋଲିଥିବା ବେଳେ ଲୋକମାନେ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି । ଇତିମଧ୍ୟରେ ଶନିବାର କଂଗ୍ରେସର ପୂର୍ବତନ ମ୍ୟୂନିସିପାଲ କାଉନସିଲର ଇଶରତ୍ ଜହାଁଙ୍କୁ ହିଂସା ଉସୁକାଇବା ଅଭିଯୋଗରେ ପୋଲିସ ଗିରଫ କରିଛି । ଗତ ସୋମବାର ଓ ମଙ୍ଗଳବାର ଜଗତପୁରୀ ଅଞ୍ଚଳରେ ହୋଇଥିବା ସାମ୍ପ୍ରଦାୟିକ ହିଂସାରେ ଇଶରତ ସାମିଲ ଥିବା ଅଭିଯୋଗ ହୋଇଛି । ତାଙ୍କ ନାଁରେ ପୋଲିସ ଏକ ମାମଲା ରୁଜୁ କରି ଇଶରତଙ୍କୁ କୋର୍ଟରେ ହାଜର କରିଥିଲେ । ଏହି ମାମଲାରେ କୋର୍ଟ ଶୁଣାଣି କରି ତାଙ୍କ ଜାମିନ ଖାରଜ କରିବା ସହ ତାଙ୍କୁ ୧୪ ଦିନ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି । ସୂଚନାଯୋଗ୍ୟ, ଖୁରେଜି ଖାସ ରୋଡ ଠାର ଗତ ରବିବାର ବିକ୍ଷୋଭକାରୀଙ୍କ ସହ ମିଶି ଆନ୍ଦୋଳନ ଚଳାଇଥିଲେ । ବିଗତ ୫୦ ଦିନ ଧରି ଇଶରତ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ଆନ୍ଦୋଳନ କରିଆସୁଥିଲେ ।

Related posts

ଦିନକରେ ୨୦ ହଜାର ଟପିଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews

ଟ୍ରମ୍ପଙ୍କୁ ଚାବି ଉପହାର ଦେଇ ସ୍ୱାଗତ କରିବେ ଆଗ୍ରା ମେୟର

mahabharatanews

ଦେଶର ପ୍ରଥମ ବରଫ କାଫେ

mahabharatanews