Uncategorized

ଆତଙ୍କବାଦୀଙ୍କ ଭଳି ବ୍ୟବହାର କରୁଛନ୍ତି: ଆଜମ ଖାନ

(ଲକ୍ଷେ୍ନø): ଜନ୍ମ ପ୍ରମାଣପ୍ରତ୍ରକୁ ନେଇ ଭୁଲ ତଥ୍ୟ ଦେଇଥିବା ମାମଲାରେ ଉତ୍ତରପ୍ରଦେଶର ସୀତାପୁର ଜେଲରେ ବନ୍ଦୀ ଥିବା ସମାଜବାଦୀ ପାର୍ଟୀ ନେତା ତଥା ରାମପୁର ସାଂସଦ ଆଜମ ଖାନ ୟୁପି ସରକାରଙ୍କ ଉପରେ ବଡ ଅଭିଯୋଗ ଆଣିଛନ୍ତି । ତାଙ୍କ ସହ ଆତଙ୍କବାଦୀଙ୍କ ଭଳି ବ୍ୟବହାର କରାଯାଉଛି ବୋଲି ଶନିବାର ପୋଲିସ ଭ୍ୟାନରେ ରାମପୁର ନିଆଯାଉଥିବା ବେଳେ ଗଣମାଧ୍ୟମକୁ କହିଛନ୍ତି । ତାଙ୍କର ଏହି ବୟାନ ପରେ ରାଜନୀତି ସରଗରମ ହୋଇଛି । ଆଜମ ତାଙ୍କ ପୁଅ ଅବଦୁଲ୍ଲା ଆଜମ ଓ ସ୍ତ୍ରୀ ତଜିନ ଫତିମାଙ୍କୁ ବିଭିନ୍ନ ମାମଲାରେ ଦୋଷୀ ଠହରାଇ ରାମପୁରର ଏକ କୋର୍ଟ ବୁଧବାର ଜେଲ ଦଣ୍ଡ ଶୁଣାଇଛନ୍ତି । ଯାହାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨ରେ ହେବ । ମିଥ୍ୟା ଜନ୍ମ ପ୍ରମାଣପତ୍ର ଦେବା ଓ ଅନ୍ୟାନ୍ୟ ଅଭିଯୋଗ ଗୁଡିକର ଶୁଣାଣି ପାଇଁ କୋର୍ଟରେ ହାଜର ହେବାକୁ ନୋଟିସ ଜାରି ହେଉଥିଲେ ମଧ୍ୟ ଆଜମ ଓ ପରିବାର ଏହାକୁ ପ୍ରତ୍ୟାଖ୍ୟାନ କରି ଆସୁଥିଲେ । ଏକ ଜାମିନ ବିହିନ ପରୱାନା ଜାରି ହେବା ପରେ ସେ କୋର୍ଟରେ ହାଜର ହୋଇଥିଲେ । ଆଜମ ଓ ତାଙ୍କ ପରିବାରକୁ କୋର୍ଟ ଜେଲ ଦଣ୍ଡ ଶୁଣାଇଥିଲେ । ଏହି ଦଣ୍ଡାଦେଶ ପରେ ତାଙ୍କ ପୁଅ ଅବଦୁଲ୍ଲା ଆଜମ ଖାନଙ୍କ ବିଧାୟକ ପଦ ରଦ୍ଧ କରାଯିବା ସହ ସୁଆର ବିିଧାନସଭା ଆସନକୁ ରିକ୍ତ ଘୋଷଣା କରାଯାଇଛି ।

Related posts

ବିଶ୍ୱରେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୦ ହଜାର, ୬୧ ଲକ୍ଷ ଲୋକ ସଂକ୍ରମିତ

mahabharatanews

ସୁପ୍ରିମ କୋର୍ଟଙ୍କ ଦ୍ୱାରା ସିଏଏ ସମ୍ବନ୍ଧିତ ଯାଚିକା ଖାରିଜ

mahabharatanews

ବିବାଦରେ ମାହିରା ଶର୍ମା, ଇନଷ୍ଟାରେ ଶେଆର କଲେ ଜାଲ ପ୍ରମାଣ ପତ୍ର

mahabharatanews