Uncategorized

ଦୃଷ୍ଟିଶକ୍ତି କୁମଛି କି? ଖାଆନ୍ତୁ ସଜନା ଶାଗ

(ମହାଭାରତ): ମୋବାଇଲ କମ୍ପ୍ୟୁଟରର ଅତ୍ୟଧିକ ବ୍ୟବହାର କରିବା ଦ୍ୱାରା ଆଖି ଜନିତ ସମସ୍ୟା ଦେଖାଦେଇଥାଏ । ମୋବାଇଲ ଓ କମ୍ପ୍ୟୁଟରରୁ ବାହାରୁଥିବା ଆଲୋକ ଦୃଷ୍ଟି ଶକ୍ତିକୁ କମ୍ କରିଥାଏ । ହେଲେ କିଛି ଘରୋଇ ଉପଚାର ଦ୍ୱାରା ଆଖିର ଦୃଷ୍ଟିଶକ୍ତି ବଢିପାରିବ ।
ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ବିଷୟରେ
ସଜନା ଶାଗ:
ବାଡି ବଗିଚାରେ ମିଳୁଥିବା ସଜନା ଶାଗ ଶରୀର ପାଇଁ ବେଶ ଉପକାରୀ । ଆଖିର ଦୃଷ୍ଟିଶକ୍ତି ବଢାଇବା ପାଇଁ ବେଶ ସହାୟକ ହୋଇଥାଏ ସଜନା ଶାଗ । ଶାଗରେ ପ୍ରଚୁର ପରିମାଣରେର ଆଇରନ ଥିବାରୁ ଆଖି ପାଇଁ ଏହା ଉପକାରୀ ।
ଗାଜର:
ଗାଜରରେ ଭିଟାମିନ-ଏ ଥାଏ । ଏଣୁ ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ବା ଜୁସ୍ ପିଇବା ଦ୍ୱାରା ଦୃଷ୍ଟିଶକ୍ତି ବଢେ ।
ଦେଶୀ ଘିଅ:
ଆଖି ପାଇଁ ଦେଶୀ ଘିଅ ଖୁବ ଉପଯୋଗୀ । କାନ ପଟିରେ ଦେଶୀ ଘିଅ ହାଲକା ଭାବେ ପ୍ରତିଦିନ ୫-୧୦ ମିନିଟ ମସାଜ କଲେ ଆଖିର ଦୃଷ୍ଟିଶକ୍ତି ବଢିଥାଏ ।
ବାଦାମ:
ପ୍ରତିଦିନ ରାତିରେ ୬-୭ଟି ବାଦାମ ପାଣିରେ ଭିଜାଇ ରଖନ୍ତୁ । ଏହାକୁ ସକାଳେ ଚୋପା ଛଡେଇ ଖାଇଲେ ଆଖି ପାଇଁ ଭଲ ।
ଜିରା:
ଜିରା ଓ ମିଶ୍ରୀକୁ ସମାନ ମାତ୍ରାରେ ଗୁଣ୍ଡ କରି ପ୍ରତିଦିନ ଏକ ଚାମଚ ଘିଅ ସହ ଖାଇଲେ ଆଖିର ଦୃଷ୍ଟିଶକ୍ତି ବଢାଇଥାଏ ।
ସୋରିଷ ତେଲ: 
ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ତଳି ପାଦରେ ସୋରିଷ ତେଲ ମାଲିସ କଲେ ଭଲ । ଏହା ମଧ୍ୟ ଆଖିର ଦୃଷ୍ଟି ଶକ୍ତି ବଢାଇବାରେ ସାହାଯ୍ୟ କରିବ ।
ଗ୍ରୀନଟି:
ଦିନକୁ ୨ରୁ୩ କପ ଗ୍ରୀନ ଟି ପିଅନ୍ତୁ, ଆଖିକୁ ସୁସ୍ଥ ରଖନ୍ତୁ ।

Related posts

କୁକୁରକୁ ଡେଇଁଲା କୋରୋନା

mahabharatanews

ଘାଟକୋପର କାରଖାନାରେ ନିଆଁ ଲାଗି ୨ ମୃତ

mahabharatanews

ମାଗଣା ବିଜୁଳୀ, ପାଣି, କୃଷକଙ୍କ ପାଇଁ ବ୍ୟବସ୍ଥା

mahabharatanews

Leave a Comment