ଅପରାଧ

ଦୋକାନ କର୍ମଚାରୀଙ୍କୁ ଆକ୍ରମଣ, ଯୁବକ ଗିରଫ

(ମହାଭାରତ, ହିଞ୍ଜିଳି): କିଛି ବର୍ଷର ବ୍ୟବଧାନ ପରେ ହିଞ୍ଜିଳିକାଟୁରେ ପୁଣି ଦାଦାଗିରି ଆରମ୍ଭ ହୋଇଛି । ଏଠାରେ ଜଣେ ଲୁଗା ଦୋକାନୀଙ୍କୁ ଜଣେ ଯୁବକ ଆକ୍ରମଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ସୂଚନା ଅନୁଯାୟୀ, ହିଞ୍ଜିଳି ଥାନା ଅଞ୍ଚଳରେ ରହୁଥିବା ଜଣେ ଯୁବକ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ସ୍ଥିତ ଏକ ଲୁଗା ଦୋକାନରୁ କିଣାକିଣି କରିଥିଲେ । ନିଜ ପସନ୍ଦ ମୁତାବକ ଲୁଗା କିଣି ତାକୁ ଟ୍ରାଏଲ ଭାବେ ପିନ୍ଧିବାକୁ ନେବା ବେଳେ ଦୋକାନ କର୍ମ•ରୀ ଯୁବକକୁ ଏବାବଦରେ ଟଙ୍କା ମାଗିଥିଲେ । କିନ୍ତୁ ଯୁବକ ଜଣକ ଟଙ୍କା ନଦେଇ ଓଲଟି ଦୋକାନ କର୍ମ•ରୀଙ୍କୁ ଅସଭ୍ୟ ଭାଷା ରେ ଗାଳିଗୁଲୁଜ୍ କରି ଆକ୍ରମଣ କରିଥିଲେ । ଏହାସହ ମାଲିକକୁ ଜଣାଇ ଦେବାକୁ କହିଥିଲେ । ଆଗାମୀ ଦିନରେ ମାସିକ ଦାଦା ବଟି ମଧ୍ୟ ଦେବ ନହେଲେ ଅସୁବିଧା ହେବ କହି ଘଟଣା ସ୍ଥଳରୁ ଯୁବକ ଜଣକ •ଲିଯାଇଥିଲେ । ଦୋକାନ କର୍ମ•ରୀ ଘଟଣା ସମ୍ପର୍କରେ ମାଲିକଙ୍କୁ ଫୋନ ଯୋଗେ ଜଣାଇବା ପରେ ଦୋକାନ ମାଲିକ୍ ଆସି ସଂପୃକ୍ତ ଯୁବକକୁ ଖୋଜିଥିଲେ । ତେବେ ଉକ୍ତ ଯୁବକ ଏକ ମଦ ଦୋକାନ ପାଖରେ ଥିବା ଦେଖି ମାଲିକ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚିି ସଂପୃକ୍ତ ଯୁବକଙ୍କୁ ଗିରଫ କରିଥିଲା । ଏହା ସହ ଦୋକାନ ମାଲିକଙ୍କ ଏତଲାକୁ ଅ ।ଧାର କରି ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରଥିଲା । ପରେ ଘଟଣାର ତଦନ୍ତ କରି ସଂପୃକ୍ତ ଯୁବକଙ୍କୁ କୋର୍ଟ •ଲାଣ କରାଯାଇଥିବା ଜଣାପଡିଛି । କିଛି ଦିନ ଧରି ହିଞ୍ଜିଳି ଓ ଏହାର ଆଖପାଖ ଅଞ୍ଚଳରେ ଅପରାଧୀ ମାନେ ଦାଦା ବଟି ମାଗିବା ଘଟଣା ପୋଲିସର ନଜରକୁ ଆସୁଥିଲା । କିନ୍ତୁ ପ୍ରମାଣ ଅଭାବରୁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରୁ ନଥିଲା ।

Related posts

କଂଗ୍ରେସ ନେତାଙ୍କ ଝିଅ ନାଁରେ ଏତଲା

mahabharatanews

ଜୀବନ ପ୍ରତି ବିପଦ ଗୁଇନ୍ଦା ରିପୋର୍ଟ ମିଳିବା ପରେ ପଦକ୍ଷେପ ନେଲା ଜେଲ୍ ପ୍ରଶାସନ

mahabharatanews

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ, ବନ୍ଧାହେଲେ ଟ୍ୟୁସନ ସାର

mahabharatanews