(ମହାଭାରତ, ଜଳେଶ୍ୱର): ମାଟ୍ରିକ ପରୀକ୍ଷା ଦେବାକୁ ଆସିଥିବା ଜଣେ ନକଲି ପରୀକ୍ଷାର୍ଥୀ ଧରା ପଡିଛନ୍ତି । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ପାଉଁଶକୁଳୀ ନୋଡାଲ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ଏହି ଘଟଣା ଘଟିଛି । ନକଲି ପରିକ୍ଷାର୍ଥୀଙ୍କୁ ଅଟକ ରଖାଯାଇ ପୋଲିସ ପଚରାଉଚରା ଚଳାଇଛି । ନକଲି ପରିକ୍ଷାର୍ଥୀ ଜଣକ ଜଳେଶ୍ୱର ଅଞ୍ଚଳର ଜଣେ +୨ ଛାତ୍ର ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ, ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ କରୁଆ ଏମଏସଏନ ବିଦ୍ୟାପୀଠର ଦଶମ ଶ୍ରେଣୀ ଛାତ୍ର ପ୍ରକାଶ ବେହେରା ନିଜେ ପରୀକ୍ଷା ନ ଦେଇ ହିଂମାଶୁ ଶେଖର ବେହେରା ନାମକ ଛାତ୍ରଙ୍କ ପାଇଁ ପରୀକ୍ଷା ଦେଉଥିଲେ । ପରିକ୍ଷାର୍ଥୀଙ୍କ ଦସ୍ତଖତ ନେବା ବେଳେ ଛାତ୍ର ଜଣକ ଧରା ପଡିଯାଇଥିଲେ । ନିଜ ଅନ୍ୟ ଛାତ୍ରଙ୍କ ପାଇଁ ପରୀକ୍ଷା ଦେବାକୁ ବସିଥିବା ବେଳେ ନିଜ ନାମ ଲେଖି ଦସ୍ତଖତ କରିଥିଲେ । ତେବେ ଏଥିରେ ପରୀକ୍ଷା ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ସନ୍ଦେହ ହେବାରୁ ସେ ପୋଲିସକୁ ଖବର ଦେଇଥିଲେ । ପରୀକ୍ଷା ସରିବା ପରେ ପୋଲିସ ସେଠାରେ ପହଞ୍ଚି ନକଲି ପରିକ୍ଷାର୍ଥୀଙ୍କୁ ଅଟକ ରଖିବା ସହ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ତେବେ ଏହି ଘଟଣାକୁ ନେଇ ପରୀକ୍ଷା ସେଣ୍ଟର ସୁପରିଟେଣ୍ଡେଣ୍ଟ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ।
previous post