(ମହାଭାରତ, କାରଗିଲ୍): ଧାରା ୩୭୦ ଉଚ୍ଛେଦ ହେବାର ଦୀର୍ଘ ୧୪୫ ଦିନର ବ୍ୟବଧାନ ପରେ ଶୁକ୍ରବାର କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର କାରଗିଲରେ ପୁଣି ମୋବାଇଲ ଇଣ୍ଟରନେଟ ସେବା ଚାଲୁ କରାଯାଇଛି । ଜାମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ କରୁଥିବା ଏହି ଧାରାକୁ ଅଗଷ୍ଟ ୫ତାରିଖ ଦିନ କେନ୍ଦ୍ର ସରକାର ଉଚ୍ଚେଦ କରିବା ପରେ କାରଗିଲରେ ଇଣ୍ଟରନେଟ୍ କାଟି ଦିଆଯାଇଥିଲା । ତେବେ ବର୍ତ୍ତମାନ ଏଠାରେ ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ ହେବା ପରେ ଇଣ୍ଟରନେଟ ସେବା ପୁଣି ଚାଲୁ ହୋଇଛି । ଗତ ୪ ମାସ ହେବ ସେଠାରେ କୌଣସି ଅପ୍ରୀତିକର ପରିସ୍ଥିତି ଘଟିନାହିଁ । ଏହି ସୁବିଧାର ଅପବ୍ୟବହାର ନ କରିବାକୁ ସ୍ଥାନୀୟ ଧାର୍ମିକ ନେତାମାନେ ମଧ୍ୟ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଏହା ପୂର୍ବରୁ କାରଗିଲରେ ବ୍ରଡବ୍ୟାଣ୍ଡ ସେବା ଚାଲୁ ଆରମ୍ଭ ହୋଇଥିଲା । ସୂଚନାଯୋଗ୍ୟ, ପ୍ରାୟ ୪ମାସର ଅବଧି ପରେ କାଶ୍ମୀରରେ ମୁତୟନ ହୋଇଥିବା ୭୦୦୦ରୁ ଉଦ୍ଧ୍ୱର୍ ପାରାମିଲିଟାରୀ ଯବାନଙ୍କୁ ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବା ପରେ ପ୍ରଶାସନ ଇଣ୍ଟରନେଟ ସେବା ଚାଲୁ କରିଛି ।
previous post
next post