Uncategorized

ଧାରା ୩୭୦ ଉଚ୍ଚେଦକୁ ପୁରିଲା ୧୪୫ ଦିନ

(ମହାଭାରତ, କାରଗିଲ୍): ଧାରା ୩୭୦ ଉଚ୍ଛେଦ ହେବାର ଦୀର୍ଘ ୧୪୫ ଦିନର ବ୍ୟବଧାନ ପରେ ଶୁକ୍ରବାର କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର କାରଗିଲରେ ପୁଣି ମୋବାଇଲ ଇଣ୍ଟରନେଟ ସେବା ଚାଲୁ କରାଯାଇଛି । ଜାମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ କରୁଥିବା ଏହି ଧାରାକୁ ଅଗଷ୍ଟ ୫ତାରିଖ ଦିନ କେନ୍ଦ୍ର ସରକାର ଉଚ୍ଚେଦ କରିବା ପରେ କାରଗିଲରେ ଇଣ୍ଟରନେଟ୍ କାଟି ଦିଆଯାଇଥିଲା । ତେବେ ବର୍ତ୍ତମାନ ଏଠାରେ ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ ହେବା ପରେ ଇଣ୍ଟରନେଟ ସେବା ପୁଣି ଚାଲୁ ହୋଇଛି । ଗତ ୪ ମାସ ହେବ ସେଠାରେ କୌଣସି ଅପ୍ରୀତିକର ପରିସ୍ଥିତି ଘଟିନାହିଁ । ଏହି ସୁବିଧାର ଅପବ୍ୟବହାର ନ କରିବାକୁ ସ୍ଥାନୀୟ ଧାର୍ମିକ ନେତାମାନେ ମଧ୍ୟ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଏହା ପୂର୍ବରୁ କାରଗିଲରେ ବ୍ରଡବ୍ୟାଣ୍ଡ ସେବା ଚାଲୁ ଆରମ୍ଭ ହୋଇଥିଲା । ସୂଚନାଯୋଗ୍ୟ, ପ୍ରାୟ ୪ମାସର ଅବଧି ପରେ କାଶ୍ମୀରରେ ମୁତୟନ ହୋଇଥିବା ୭୦୦୦ରୁ ଉଦ୍ଧ୍ୱର୍ ପାରାମିଲିଟାରୀ ଯବାନଙ୍କୁ ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବା ପରେ ପ୍ରଶାସନ ଇଣ୍ଟରନେଟ ସେବା ଚାଲୁ କରିଛି ।

Related posts

‘ଜୀବନ ବିପଦରେ…’, ଭାଇକୁ ଭଉଣୀର ମହିଳାଙ୍କ ଶେଷ କଲ୍, ପ୍ରେମ ବିବାହର ଅଢ଼େଇ ମାସ ପରେ ଆସିଲା ମୃତ୍ୟୁ ଖବର

mahabharatanews

ନୂଅ। ଜୋତା ପିନ୍ଧିଲାବେଳେ ପାଦରେ ଫୋଟକା କିମ୍ବା କ୍ଷତ ସୃଷ୍ଟି ହେଉଛି କି?

mahabharatanews

ହାଥରସ ଗଣଦୁଷ୍କର୍ମ ମାମଲା: ସୁପ୍ରିମକୋର୍ଟରେ ୟୁପି ସରକାରଙ୍କ ସତ୍ୟପାଠ ଦାଖଲ

mahabharatanews