ରାୟଗଡା: ରାୟଗଡା ସହରରେ ଧୁମଧାମରେ ଭୋଗୀ ଉତ୍ସବ ପାଳିତ ହୋଇ ଯାଇଛି । ପୋଙ୍ଗଲ ତିନି ଦିନ ଧରି ଭୋଗୀ ପର୍ବ ପାଳନ କରାଯାଇଥାଏ । ପ୍ରଥମ ଦିନରେ ଭୋଗୀ, ଦ୍ୱି୍ତୀୟ ଦିନରେ ମକର ସଂକ୍ରାନ୍ତି ଓ ଶେଷ ଦିନକୁ କାନୁମୁ କୁହାଯାଏ । ଏହି ପୋଙ୍ଗଲ ଉତ୍ସବରେ ଲୋକେ ନିଜ ନିଜ ଘରକୁ ରଂଗୋଲିରେ ଓ ଆଲୋକ ମାଳାରେ ସଜାଇ ଥାଆନ୍ତି ୟ ସମସ୍ତଙ୍କ ଘରକୁ ସେମାନଙ୍କ ବନ୍ଧୁ ବାନ୍ଧବ ମାନେ ଆସିଥାନ୍ତି ଏବଂ ସମସ୍ତଙ୍କ ପାଇଁ ନୂଆ ଲୁଗାପଟା କରାଯାଇଥାଏ । ସେହି ଭଳି ଗତ କାଲି ରାତିରେ ତେଲୁଗୁ ସମ୍ପ୍ରଦାୟର ଲୋକମାନେ ଏକତ୍ରିତ ହେଇ କାଠ ଓ ଗୋବର ଘସିରେ ପ୍ରସ୍ତୁତ ମାଳକୁ ଏକାଠି କରି ମଧ୍ୟ ରାତ୍ରର ଅମୃତ ବେଳରେ ଅଗ୍ନି ସଂଯୋଗ କରାଯାଇଥିଲା । ସେହି ନିଆଁରେ ବଡ଼ ବଡ଼ ପାତ୍ରରେ ହଳଦୀ ଓ ନିମ୍ବ ପତ୍ରକୁ ପାଣିରେ ପକାଇ ଗରମ କରିଥାନ୍ତି ସେହି ପାଣିକୁ ପରିବାର ସମସ୍ତ ସଦସ୍ୟ ଗାଧୋଇଥାନ୍ତି ଏହି ପାଣିକୁ ପବିତ୍ର ମନେ କରାଯାଏ ଓ ଏହି ପାଣିରେ ଗାଧେଈଲେ କୌଣସି ରୋଗ ବୈରାଗ ହୁଏ ନାହିଁ ବୋଲି ସେମାନଙ୍କ ବିଶ୍ୱାସ ରହିଥାଏ । ରାତିରେ ସେହି ନିଆଁ ·ରିପଟେ ଯୁବକ ଯୁବତୀ, ପିଲା ମାନେ ବୁଲି ନାଚ ଗୀତରେ ମସଗୁଲ ଥାଆନ୍ତି । ଦ୍ୱିତୀୟ ଦିନ ମକର ସଂକ୍ରାନ୍ତିରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ । ସେହିଭଳି ରାୟଗଡ ସହରରେ ଥିବା ମା ମଙ୍ଗଳା ପେଣ୍ଠର ସଭାପତି ଆଇ. ସର୍ବେଶ୍ୱର ରାଓଙ୍କ ନେତୃତ୍ୱରେ ତେଲୁଗୁ ସମ୍ପ୍ରଦାୟର ଲୋକେ ଏକାଠି ହୋଇ ଭୋଗୀ ଉତ୍ସବ ପାଳନ କରିଥିଲେ ଏହି ଉତ୍ସବ ରେ ଓଡିଶା ଓ ଆନ୍ଧ୍ରପ୍ରଦେଶର କଳାକାରମାନେ ଆସି ମନୋରଞ୍ଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ମାନଙ୍କ ଦ୍ୱାରା କରାଯାଇଥିବା ଖୋଲାଟମ ନୃତ୍ୟରେ ଉପସ୍ଥିତ ଦର୍ଶକ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ । ଉକ୍ତ ଭୋଗୀ ଉତ୍ସବକୁ ଦେଖିବା ପାଇଁ ପ୍ରବଳ ଗହଳି ହୋଇଥିଲା ।
previous post
next post