ଅପରାଧ

ପରିବାରର ୪ ସଦସ୍ୟଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

(ମହାଭାରତ, ରାଜଗାଙ୍ଗପୁର): ରାଜଗାଙ୍ଗପୁର ଆଇଟି କଲୋନୀରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ବନ୍ଦ ଥିବା ଏକ ଘରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକମାନେ ହେଲେ ରଞ୍ଜିତ ପ୍ରସାଦ, ତାଙ୍କ ସ୍ତ୍ରୀ କଳ୍ପନା ପ୍ରସାଦ, ୩ ବର୍ଷର ଝିଅ କନକ ଓ ଦେଢ ବର୍ଷର ପୁଅ । ସୂଚନା ଅନୁଯାୟୀ, ଗୁରୁବାର ଶେଷଥର ପାଇଁ ଏହି ପରିବାର ଲୋକଙ୍କୁ ତାଙ୍କ ପଡୋଶୀ ଦେଖିଥିଲେ । ରବିବାର ଘରୁ ପଚା ଗନ୍ଧ ବାହାରିବାରୁ ପଡୋଶୀଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲା । ଏହାପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାର ତଦନ୍ତ କରୁଛନ୍ତି । ମୃତଦେହ ନିକଟରେ ଅଧା ଭର୍ତ୍ତି କ୍ଷୀର ପାତ୍ର ମିଳିଥିବା ସୂଚନା ମିଳିଛି । ବିଷ ମିଶା କ୍ଷୀର ପିଇ ପରିବାର ସଦସ୍ୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ରଞ୍ଜିତ ବିହାରର ମୂଳ ବାସିନ୍ଦା ଥିଲେ । ସେ କାଂଶବାହାଲ ଗୋଆଲପଡାରେ ପୂର୍ବରୁ ରହୁଥିବା ବେଳେ ଗତ ୪ ମାସ ହେବ ରାଜଗାଙ୍ଗପୁର ଆସି ପ୍ରମୋଦଙ୍କ ଘର ଭଡା ନେଇ ରହୁଥିଲେ । ଓସିଏଲ କମ୍ପାନୀରେ ସେ ଚାକିରୀ କରୁଥିଲେ । ତେବେ କ’ଣ ପାଇଁ ପରିବାର ସଦସ୍ୟ ଏପରି ପଦକ୍ଷେପ ନେଲେ ପୋଲିସ ତା’ର ତଦନ୍ତ କରୁଛି ।

Related posts

ବ୍ୟାଙ୍କ ଏଜେଣ୍ଟଙ୍କୁ ହାଣି ବାଇକ୍ ଧରି ଦୁର୍ବୃତ୍ତ ଫେରାର

mahabharatanews

 ବ୍ୟାଙ୍କରୁ ୧୨ କୋଟି ଲୁଟ

mahabharatanews

କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ହତ୍ୟା ମାମଲାରେ ଫେରାର ୪ ଅଭିଯୁକ୍ତ ଗିରଫ

mahabharatanews