ଓଡିଶା

ପାଣି ପଞ୍ଚାୟତ ପକ୍ଷ ପାଳନ ଉତ୍ସବ ଅନୁଷ୍ଠିତ

(ଦିଲ୍ଲୀପ ସାହୁ / ଜଗତସିଂହପୁର): ଜଗତସିଂହପୁର ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ତିର୍ତ୍ତୋଲ ବ୍ଲକ ମଣିଜଙ୍ଗା ଡାକବଙ୍ଗଳା ପରିସରରେ ଆୟୋଜିତ ଏହି ଉତ୍ସବରେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗ ଦେଇ ଉଦଘାଟନ କରିଛନ୍ତି। ପାଣିପଞ୍ଚାୟତ ପକ୍ଷ ପାଳନ ଉତ୍ସବ ପାଳନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଜିଲ୍ଲାସ୍ତରୀୟ ପାଣିପଞ୍ଚାୟତ ଉତ୍ସବ ପାଳନ ପାଇଁ ଆୟୋଜକଙ୍କ ପକ୍ଷରୁ ତିର୍ତ୍ତୋଲ ଓ ପାରାଦ୍ୱୀପ ବିଧାୟକଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା ବେଳେ ସମୟ ଦିଆଯାଇନଥିଲା।ଉତ୍ସବସ୍ଥଳରେ ସ୍ଥାନୀୟ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ପହଞ୍ଚିବା ପୁର୍ବରୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉତ୍ସବ ଉଦଘାଟନ କରିଥିଲେ।ଫଳରେ ବିଧାୟକ ସମ୍ବିତ ରାଉତରାୟ ସଭାସ୍ଥଳକୁ ନଆସି ଅଧାବାଟରୁ ଫେରିଯାଇଥିଲେ।ଯାହାକୁ ନେଇ ସ୍ଥାନୀୟ ଲୋକମାନେ ପାଟିତୁଣ୍ଡ କରିବା ସହ ସଭାମଞ୍ଚର ବିଦ୍ୟୁତ ବିଛିନ୍ନ କରିଦେଇଥିଲେ।ବିଧାୟକଙ୍କ ସମର୍ଥକମାନେ ପାଟିତୁଣ୍ଡ ଠେଲାପେଲା କରିବାରୁ ଜିଲ୍ଲାପାଳ ପୋଲିସ ସହାୟତା ନେଇଥିଲେ।ଏପରିକି ଜିଲ୍ଲାପାଳ ତିର୍ତ୍ତୋଲ ମୋର ଜନ୍ମମାଟି ହେଲେବି କହିବାକୁ ମୋତେ ସଙ୍କୋଚ ଲାଗେ ବୋଲି ଭାଷଣରେ କହିବା ସମସ୍ତଙ୍କୁ ଚକିତ କରିଥିଲା।ପାଣିପଞ୍ଚାୟତ ପକ୍ଷ ପାଳନ ଉତ୍ସବରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ,ଏରସମା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣବ ସ୍ୱାଇଁଙ୍କ ସମେତ ବିଭିନ୍ନ ପଦାଧିକାରୀ ଯୋଗଦେଇଥିଲେ।କୃଷି, ଉଦ୍ୟାନ କୃଷି,ପଶୁ ସଂପଦ ବିଭାଗର ବିଭିନ୍ନ ଷ୍ଟଲ ଦେଖିବାକୁ ମିଳିଥିଲା।ମାତ୍ର ସମାବେଶରେ ଚାଷୀଙ୍କ ଅପେକ୍ଷା ଅଣଚାଷୀଙ୍କୁ ଦେଖିବାକୁ ମିଳିଥିଲା।ପାଣିପଞ୍ଚାୟତ ପକ୍ଷ ପାଳନ ଉତ୍ସବ ପାଳନ ଔପଚାରିକତାରେ କରାଯାଉଥିବା ବେଳେ ଯୋଜନାର ଉଦ୍ଦେଶ୍ୟ ଠାରୁ ସତେ ଯେପରି ଦୁରେଇ ଯାଇଥିଲା।

Related posts

ପରିଚୟପତ୍ର ଦେଖାଇ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କଲେ ପୁରୀବାସୀ

mahabharatanews

ନୟାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କ ମନ୍ଦିରର ରୂପାନ୍ତରିକରଣ

mahabharatanews

ଭଉଣୀ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

mahabharatanews