ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକରେ ସାଇବର ସଚେତନତାକୁ ଗୁରୁତ୍ୱ ଦେଇ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସାଇବର ସେଲର ଗୌତମ କୀର୍ତନିଆ ଏବଂ CCTNS ସେଲର ସମରେନ୍ଦ୍ର ବିଶୋଇ ଯୋଗଦେଇ ଉପସ୍ଥିତ ଲୋକଙ୍କୁ ସଚେତନ କରିଥିଲେ। କାଲିମେଳା ଥାନା ଅଧିକାରୀ ପ୍ରୂଭୁଦତ୍ତ ବିଶ୍ୱାଳ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ଥାନା ଅଧିକାରୀ ଓ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ତାପସଙ୍କ ସହଯୋଗରେ ସଫଳତାର ସହ କରାଯାଇଥିଲା। ସେମାନେ ସାଧାରଣ ଲୋକମାନଙ୍କୁ ଅନଲାଇନ୍ ଠକେଇ, OTP ଶେୟରିଂ ଓ ସୋସିଆଲ ମିଡିଆ ଦୁରୁପଯୋଗ ବିଷୟରେ ସଚେତନ କରିଥିଲେ। ବ୍ୟାଙ୍କ ଖାତା ସମ୍ବନ୍ଧୀୟ ସୂଚନା କାହାକୁ ନଦେବା, ଅଜଣା ଲିଙ୍କ କ୍ଲିକ୍ ନକରିବା ଓ ସନ୍ଦେହଜନକ ଫୋନ୍ କଲ୍ରୁ ସାବଧାନ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର । ସ୍ଥାନୀୟ ନିବାସୀ ଓ ସରକାରୀ କର୍ମଚାରୀମାନେ ଯୋଗଦେଇ ସାଇବର ସୁରକ୍ଷା ବିଷୟରେ ଜାଣିଥିଲେ। ଅନୁଷ୍ଠାନରେ ପ୍ରଶ୍ନୋତ୍ତର ସତ୍ର ମାଧ୍ୟମରେ ଲୋକମାନଙ୍କ ସନ୍ଦେହ ଦୂର କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ମୁଖ୍ୟ ଅତିଥି ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ। ମାଲା ମାଡ଼ି, କାଲିମେଳା ବଜାର କମିଟି ଉପ ସଭାପତି ସଞ୍ଜୟ ମୁରଶିଦ, ସମାଜ ସେବି କାମସେନ ପ୍ରଧାନ, ସମାଜ ସେବି ସପନ ଦତ୍ତ, ପରିତୋଷ ମଣ୍ଡଳ, ପ୍ରୁମୁଖ ଉପସ୍ଥିତ ଥିଲେ । ଉଚ୍ଚ ଶିକ୍ଷିତ ବି ଏହି ସାଇବର ଠକେଇର ଶିକାର ହେବାର ମଧ୍ୟ ଦେଖିବାକୁ ମିଳିଛି । ଏଥିରୁ ନ ଡରି ପୋଲିସ ର ସହାୟତା ନେବାପାଇଁ କୁହାଯାଇଛି । ଏହିପରି ସଚେତନତା କାର୍ଯ୍ୟକ୍ରମ ଗ୍ରାମୀଣ ଅଞ୍ଚଳରେ ଲୋକମାନଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରଖିବାରେ ଉପକାରୀ ହେବ ବୋଲି ଅନୁମାନ କରାଯାଉଛି।
