ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ମାମଲାରେ ହାଇକୋର୍ଟରେ ପୁଣି ଶୁଣାଣି ଆରମ୍ଭ ହୋଇଯାଇଛି । କୋର୍ଟ କହିଛନ୍ତି, ଦିଲ୍ଲୀରେ ଦ୍ୱିତୀୟ ୧୯୮୪ ହେବାକୁ ଦେବୁନାହିଁ । ୧୯୮୪ରେ ସିଖ ଦଙ୍ଗା ହୋଇଥିଲା । ସେଥିରେ ବହୁ ଲୋକ ମୃତ୍ୟୁବରଣ କରିଥିଲେ । ଏହା ପୂର୍ବରୁ ହାଇକୋର୍ଟ ଦିଲ୍ଲୀ ପୋଲିସର କାର୍ଯ୍ୟରେ କ୍ଷୋଭ ପ୍ରକାଶ କରି ବିଜେପି ନେତାଙ୍କ ଭିଡିଓ ଦେଖାଇଥିଲେ । ଦିଲ୍ଲୀ ହିଂସା ଉପରେ ହାଇକୋର୍ଟ କଠୋରତାକୁ ଦେଖି କେନ୍ଦ୍ର ସରକାରଙ୍କ ଓକିଲ ସଲିସିଟର ଜେନେରାଲ ତୁଷାର ମେହତା କହିଥିଲେ, ଡିସିପି ଗୁରୁତର ଭାବେ ଆହତ ହୋଇ ଭେଣ୍ଟିଲେଟରରେ ଅଛନ୍ତି ଓ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ହୋଇଛି । ଏସମ୍ପର୍କରେ କୋର୍ଟ କହିଥିଲେ ଶୀଘ୍ର ସମ୍ବିଧାନିକ ପଦାଧିକାରୀ ସମ୍ବେଦନଶୀଳ ସ୍ଥାନ ଗସ୍ତ କରି ଲୋକଙ୍କୁ ଆଶ୍ୱସ୍ତ କରନ୍ତୁ । ଏଥିସହ କୋର୍ଟ ଦଙ୍ଗା ପୀଡିତଙ୍କୁ ଅନୁକମ୍ପା ସୁନିଶ୍ଚିତ କରିବାକୁ କହିଛନ୍ତି । କୋର୍ଟ କହିଥିଲେ, ଆମେ ଆଜି ମଧ୍ୟ ୧୯୮୪ ପୀଡିତଙ୍କ ଅନୁକମ୍ପା ମାମଲାର ଶୁଣାଣି କରୁଛୁ । ଏପରି ପୁନଃ କରାଯିବା ଅନୁଚିତ ।
ସୂଚନାଯୋଗ୍ୟ, ଆଜି ଏହି ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ପୁଲିସର କାର୍ଯ୍ୟକଳାପକୁ ନେଇ ଆଶ୍ଚର୍ଯ୍ୟବ୍ୟକ୍ତ କରିଥିଲେ । ଜଷ୍ଟିସ ଏସ ମୁରଲିଧର, ଜଷ୍ଟିସ ତଲୱନ୍ତ ସିଂ କେନ୍ଦ୍ର ସଲିସିଟର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଥିଲେ କି କେନ୍ଦ୍ର ସରକାର ଦିଲ୍ଲୀ ପୁଲିସ କମିଶନରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବିଜେପି ନେତାଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରନ୍ତୁ । ଖଣ୍ଡପୀଠ କହିଥିଲେ, ଦିଲ୍ଲୀର ପରସ୍ଥିତି ଅସନ୍ତୋଷପୂର୍ଣ୍ଣ । ଆମେ ଦେଖିଛୁ, ଭିଡିଓରେ କିଛି ନେତା ଖୋଲାଖୋଲି ଭାବେ ଉତ୍ତେଜନାମୂଳକ ଭାଷଣ ଦେଉଥିବାର । ପ୍ରତ୍ୟେକ ଖବର ଚ୍ୟାନେଲରେ ଏହି ଦୃଶ୍ୟ ପ୍ରସାରଣ ହେଉଛି । ଏହାକୁ ହଜାର ହଜାର ଲୋକ ଦେଖିଥିଲେ । ତଥାପି ଆପଣ ଭାବୁଛନ୍ତି, ଏହା ମାମଲାରରେ ତତ୍ପରତା ପ୍ରକ।।ଶ କରିବାର ଆବଶ୍ୟକତା ନାହିଁ? ଏଥିସହ ସେ ଦିଲ୍ଲୀ ପୁଲିସ କମିଶନରଙ୍କୁ ଅଫିସର ଟିଭି ଦେଖିବାକୁ ତତ୍ସଲ୍ୟପୂର୍ଣ୍ଣ ପରାମର୍ଶ ଦେଇଥିଲେ । ଏହି ଘଟଣାରେ ସଲିସିଟର ଜେନେରାଲ ଓ କମିଶନର ଏହାପରେ କୋର୍ଟ ଏହି ମାମଲାରେ ୨.୩୦ ପର୍ଯ୍ୟନ୍ତ ସ୍ଥଗିତାଦେଶ ଶୁଣାଇଥିଲେ ।