ଓଡିଶା

ପୂର୍ବ ଶତ୍ରୁତାକୁ ନେଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

(ମହାଭାରତ, ହିଞ୍ଜିଳିକାଟୁ): ହିଞ୍ଜିଳି ଥାନା ଆଡପଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗତ ଗୁରୁବାର ଏଠାରେ ଜଣେ ମହିଳାଙ୍କୁ ଏହି ଗାଁର ଜଣେ ଯୁବକ ଶାବଳରେ ମରଣାନ୍ତକ ଆକ୍ରମଣ କରିଛି । ମହିଳା ଜଣକ ଏଥିରେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତିି ହୋଇଛନ୍ତି । ଗୁରୁତର ହୋଇଥିବା ମହିଳା ଜଣକ ସୁକାନ୍ତି ଭଉଳ । ତେବେ ଗାଁର ଦୁଇ ପରିବାର ମଧ୍ୟରେ ଥିବା ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଥିବା ଜଣାପଡିଛି । ପୋଲିସ ଆକ୍ରମଣକାରୀକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ସୂଚନା ଅନୁଯାୟୀ, ଆଡପଡା ଗାଁର ତପନ ଭଉଳ ଓ ସୁଶାନ୍ତ ଭଉଳଙ୍କ ମଧ୍ୟରେ ପୂର୍ବରୁ କୌଣିସ କାରଣକୁ ନେଇ ଶତ୍ରୁତା ଲାଗି ରହିଥିଲା । ଗୁରୁବାର ଅପରାହ୍ନରେ ସୁଶାନ୍ତଙ୍କ ସ୍ତ୍ରୀ ଘର ବାରଣ୍ଡାରେ ଠିଆ ହୋଇଥିବା ବେଳେ ତପନ ସେଠାରେ ପହଞ୍ଚି ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ମହିଳା ଜଣକ ତାଙ୍କୁ ଏଭଳି ନ କରିବା ପାଇଁ କହିବାରୁ ଏଥିରେ ଉତକ୍ଷିପ୍ତ ହୋଇ ତପନ ତାଙ୍କୁ ଏକ ଶାବଳରେ ଆକ୍ରମଣ କରିଥିଲେ । ଏଥିରେ ମହିଳା ଜଣକ ଗୁରୁତର ଆହତ ହୋଇଥିଲେ । ସାହି ପଡିଶା ଲୋକ ତାଙ୍କୁ ଉଦ୍ଧାର କରି ପ୍ରଥମେ ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଅଧିକ ଚିିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଆକ୍ରମଣ ପରେ ଶୁକ୍ରବାର ସକାଳେ ମହିଳାଙ୍କ ସ୍ୱାମୀ ତପନ ଭଉଳ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଆକ୍ରମଣକାରୀ ତପନ ଭଉଳକୁ ଅଟକ ରଖି ପଚରାଉଚରା ଚଳାଇଥିବା ଥାନାଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

Related posts

କଲ୍ୟାଣୀ ଯୁବଶକ୍ତି ସଂଗଠନର ସଫେଇ କାର୍ଯ୍ୟକ୍ରମ

mahabharatanews

ଏପ୍ରିଲ ୨୦ ଓ ୨୧ରେ ହେବ Skill Conclave

mahabharatanews

ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ ୨୦୨୨ର ଉଦଘାଟନୀ ଉତ୍ସବ

mahabharatanews

Leave a Comment