ଓଡିଶା

ପୋଲିସ ପକ୍ଷରୁ ଅନ୍ଧବିଶ୍ୱାସକୁ ନେଇ ସଚେତନତା କାର୍ଯ୍ୟକ୍ରମ

ମହାଭାରତ, ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ତିରିଂ ବ୍ଲକ ଅନ୍ତର୍ଗତ କୁଲୁଘୁଟୁ ଗ୍ରାମପଞ୍ଚାୟତ କୁଲୁଘୁଟୁ ଗ୍ରାମରେ ତିରିଂ ଥାନା ପୋଲିସ ପକ୍ଷରୁ ଡାହାଣୀ ଏକ ଅନ୍ଧବିଶ୍ୱାସକୁ ନେଇ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି ।

ଆଧୁନିକ ଯୁଗରେ ମଧ୍ୟ ଅ ।ଦିବାସୀ ଅଧ୍ୟୁଷିତ ଗ୍ରାମଗୁଡିକରେ ଡାହାଣୀ ସନ୍ଦେହରେ ହତ୍ୟାକାଣ୍ଡ, ର୍ନିଯ୍ୟାତନା ତଥା ବାସନ୍ଦ କରାଯିବା ପରି ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି । ଅନ୍ଧବିଶ୍ୱାସର କୁପରିଣତି ସ୍ୱରୁପ ନିରୀହ ଲୋକେ ନର୍ଯାତିତ ହେବାସହ ବିଭିନ୍ନ ସମୟରେ ହତ୍ୟାର ଶିକାର ହେଉଛନ୍ତି । କାହାରି ଦେହ ଅସୁସ୍ଥ ହେଲେ ପଡୋଶୀଙ୍କୁ ଡାହାଣୀ ବୋଲି ସନ୍ଦେହ କରି ଡାକ୍ତରଙ୍କ ପାଖକୁ ନ ଯାଇ ଗୁଣି ଗାରେଡି ମାଧ୍ୟମରେ ରୋଗୀଙ୍କୁ ସୁସ୍ଥ କରାଯିବାକୁ ଚେଷ୍ଟା କରିବା ପରି କୁରୀତି ଅନ୍ଧବିଶ୍ୱାସରୁ ସୃଷ୍ଟି ହୋଇ ଅ।ଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଛଳବାସୀଙ୍କ ମନରେ ଘର କରି ରହିଥିବାରୁ ନିଜେ ଅସୁବିଧାରେ ପଡିବା ସହ ଅନ୍ୟମାନଙ୍କ ଜୀବନ ନଷ୍ଟ କରିଥାଆନ୍ତି । ଏହି ଅନ୍ଧବିଶ୍ୱାସର ବଶବର୍ତ୍ତି ଗ୍ରାମବାସୀଙ୍କୁ ଏକ ସଚେତନତା ରାଲି ଦ୍ୱାରା ତିରିଂ ଥାନା ପୋଲିସ ପକ୍ଷରୁ ସଚେତନ କରାଯିବାକୁ ଚେଷ୍ଟା କରାଯାଇଛି ।

ଏହି ସଚେତନତା ରାଲିରେ ରାଇରଙ୍ଗପୁର ଏସଡିପିଓ ସ୍ନେହାଶିଷ ସାହୁ, ତିରିଂ ଥାନା ଅଧିକାରୀଣୀ ଏସ.ଅ ।ଇ. ହୀରାଫେନା ହାଁସଦାଃ ଓ ଏ.ଏସ.ଅ ।ଇ. ଦୁଃଖବନ୍ଧୁ ନାୟକଙ୍କ ତତ୍ୱାବଧାନରେ ରାଲି ପରି·ଳନା ହୋଇଥିବାବେଳେ ସ୍ଥାନୀୟ ସରପଞ୍ଚ ·ମରୁ ହେମ୍ବ୍ରମ ଏଥିରେ ସହଯୋଗ କରିଥିଲେ । ରାଲିରେ ପଞ୍ଚାୟତ ଅଧିକାରୀ ପିଇଓ ମହନ ପାତ୍ର, ଜିଅ ।ରଏସ ବିନ୍ଦୁ ସୋରେନ, ନାଏବ ସରପଞ୍ଚ ଶ୍ରୀମତୀ ଅନିତା ମୁର୍ମୁ, ୱାର୍ଡମେମ୍ବର ବିରସିଂ ହେମ୍ବ୍ରମ, ସିଲା ହେମ୍ବ୍ରମ ରାଲିରେ ଉପସ୍ଥିତ ରହିଥିଲାବେଳେ ତିରିଂଥାନା ହାବିଲଦାର ଶରତଚନ୍ଦ୍ର ଗିରି, କନେଷ୍ଟବଳ ଜୟରାମ ମାର୍ଣ୍ଡି, ସବ୍ୟସାଚି ମହାନ୍ତି, ଦୁଷ୍ମନ୍ତ କୁମାର ସେଠୀ, ସାଇବା ଟୁଡୁ, ଲକ୍ଷ୍ମୀମଣୀ ସିଂ, ଦେବକୀ ନାୟକ ପ୍ରମୁଖ ଦଳବଳ ସହ ଉପସ୍ଥିତ ରହି ରାଲି ପରି·ଳନାରେ ସହଯୋଗ କରିଥିଲେ ।

Related posts

୨୮ରେ ଯୁକ୍ତ୨ ପରୀକ୍ଷା ଫଳ

mahabharatanews

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ

mahabharatanews

ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ବୀଣାପାଣି

mahabharatanews