(ମହାଭାରତ, ନବରଙ୍ଗପୁର): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ବୋରଗାଓ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜିତ କୁମାର ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ପ୍ରଧାନଶିକ୍ଷକଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ତାଙ୍କର ରାଇଘର ସ୍ଥିତ ୩ଟି ବାସଭବନ, ଦୋକାନ ଘର ସହ ସ୍କୁଲରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଛିି । ନବରଙ୍ଗପୁର ଭିଜିଲାନ୍ସ ଟିମର ୫ଟି ଟିମରେ ଏହି ଚଢାଉ କରିଛନ୍ତି । ପ୍ରଧାନଶିକ୍ଷକଙ୍କ ନାଁରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଥିବା ସୂଚନା ମିଳିଛି । ଏହି ଚଢାଉ ବେଳେ ଭିଜିଲାନ୍ସ ଟିମକୁ ବହୁ ଜରୁରୀ କାଗଜପତ୍ର ମିଳିଛି । ରିପୋର୍ଟ ଲେଖା ହେବା ଯାଏ ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇପାରିନାହିଁ ।
previous post
next post