ଓଡିଶା

ବଜରଙ୍ଗ କ୍ଲବର ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

(ମହାଭାରତ, ଢେଙ୍କାନାଳ): ଢେଙ୍କାନାଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବଜରଙ୍ଗ କ୍ଲବ ପକ୍ଷରୁ ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲ ଠାରେ ଦିନିକିଆ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରର ଆମ୍ରି ହସ୍ପିଟାଲର ସହଯୋଗରେ ଏହି ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା । ସହରବାସୀମାନେ ବହୁ ମାତ୍ରାରେ ଏଥିରେ ଉପସ୍ଥିତ ରହି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଆମ୍ରି ହସ୍ପିଟାଲର ବିଭିନ୍ନ ବିଭାଗର ବିଶେଷଜ୍ଞମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଢେଙ୍କାନାଳରୁ ଭୁବନେଶ୍ୱର ଆସି ଆମ୍ରି ହସ୍ପିଟାଲରେ ଚିକିତ୍ସା କରିପାରୁନଥିବା ରୋଗୀମାନେ ଏହି ସ୍ୱାସ୍ଥ୍ୟ ଶିବିରରୁ ବିଶେଷ ଭାବେ ଉପକୃତ ହେବେ ବୋଲି ବଜରଙ୍ଗ କ୍ଲବ ସମ୍ପାଦକ ପଙ୍କଜ କୁମାର ନାଏକ କହିଥିଲେ । କ୍ଲବ ସହିତ ମିଳିତ ଭାବେ ଏଭଳି ଏକ ଶିବିରର ଆୟୋଜନ କରିପାରିଥିବାରୁ ଖୁସି ଅନୁଭବ କରୁଛୁ ବୋଲି ଆମ୍ରି ହସ୍ପିଟାଲ ବରିଷ୍ଠ ପରିଚାଳନା ଅଧିକାରୀ ସୌମ୍ୟକିରଣ ମିଶ୍ର ମତ ଦେଇଥିଲେ ।

Related posts

ଦୁଇ ବର୍ଷ ହେବ ବିଜୁଳି ଅପେକ୍ଷାରେ ଚଳୁଛନ୍ତି ଗାଙ୍ଗଫୁଲା ଗ୍ରାମବାସୀ

mahabharatanews

ଅର୍ଚ୍ଚନା ନାଗଙ୍କୁ ସର୍ତ୍ତମୂଳକ ଜାମିନ୍ 

mahabharatanews

୬୫ କେଜି ଗଞ୍ଜେଇ ଜବତ, ୨ ଗିରଫ

mahabharatanews

Leave a Comment