Uncategorized

ବଢିଲା ଅଣସବ୍ସିଡି ରନ୍ଧନ ଗ୍ୟାସ ମୂଲ୍ୟ

(ନୂଆଦିଲ୍ଲୀ): ନୂଆବର୍ଷ ଆରମ୍ଭରୁ ଗ୍ରାହକଙ୍କୁ ଝଟକା ଲାଗିଛି । ସରକାର ଅଣସବ୍ସିଡି ରନ୍ଧନ ଗ୍ୟାସ ସିଲିଣ୍ଡରର ଦର ଜାନୁଆରୀ ପହିଲାରୁ ୧୯ ଟଙ୍କା ବୃଦ୍ଧି କରିଛନ୍ତି । ଏହାସହ ଲଗାତାର ୪ର୍ଥ ମାସ ପାଇଁ ଗ୍ୟାସ ମୂଲ୍ୟରେ ବୃଦ୍ଧି ଘଟିଛି । ଇଣ୍ଡିଆଲ ଅଏଲର ରିପୋର୍ଟ ଅନୁଯାୟୀ, ବୁଧବାର ଠାରୁ ଦିଲ୍ଲୀରେ ୧୪.୨ କିଲୋ ଓଜନର ଅଣସବସିଡୀ ଗ୍ୟାସ ସିଲିଣ୍ଡର ପାଇଁ ଖାଉଟିଙ୍କୁ ୭୧୪ ଟଙ୍କା ଦେବାକୁ ପଡିବ । ପୂର୍ବରୁ ଏହା ୬୯୫ ଟଙ୍କା ରହିଥିଲା । ସେହିପରି କୋଲକାତାରେ ନୂଆ ଦର ହିସାବରେ ଅଣସବସିଡି ରନ୍ଧନ ଗ୍ୟାସ ମୂଲ୍ୟ ୭୪୭ ଟଙ୍କାରେ ପହଞ୍ଚିଛି । ମୁମ୍ବାଇରେ ୬୮୪ ଟଙ୍କା ୫୦ ପଇସା ଓ ଚେନ୍ନାଇରେ ୭୩୪ ଟଙ୍କା ହୋଇଛି । ସେହିପରି ଦରବୃଦ୍ଧି ପରେ ୧୯ କିଲୋ ଅଣସବସିଡି ସିଲିଣ୍ଡରର ମୂଲ୍ୟ ୧୨୪୧ ଟଙ୍କାରେ ପହଞ୍ଚିଥିବା ବେଳେ କଲିକତାରେ ୧୩୦୮, ମୁମ୍ବାଇରେ ୧୧୯୦ ଏବଂ ଚେନ୍ନାଇରେ ୧୩୬୩ ଟଙ୍କା ରହିଛି । ସୂଚନାଯୋଗ୍ୟ, ସରକାର ବର୍ତ୍ତମାନ ପ୍ରତି ଘର ପିଛା ୧୨ଟି ସିଲିଣ୍ଡର ସବସିଡି ଆକାରରେ ପ୍ରତିବର୍ଷ ଦେଉଛନ୍ତି ।

Related posts

୩୦ଟି ବିମାନବନ୍ଦରରେ ସ୍କ୍ରିନିଂ, ରିଙ୍ଗ ଟୋନରେ କୋରୋନା ସଂକ୍ରମଣ ବାର୍ତ୍ତା

mahabharatanews

ଅବ୍ୟବସ୍ଥା ଘେରରେ ସିଂଲା ଥାନା

mahabharatanews

୪ ପାକିସ୍ତାନ ଗୁପ୍ତଚର ଗିରଫ

mahabharatanews

Leave a Comment