Uncategorized

ବଢିଲା ଅଣସବ୍ସିଡି ରନ୍ଧନ ଗ୍ୟାସ ମୂଲ୍ୟ

(ନୂଆଦିଲ୍ଲୀ): ନୂଆବର୍ଷ ଆରମ୍ଭରୁ ଗ୍ରାହକଙ୍କୁ ଝଟକା ଲାଗିଛି । ସରକାର ଅଣସବ୍ସିଡି ରନ୍ଧନ ଗ୍ୟାସ ସିଲିଣ୍ଡରର ଦର ଜାନୁଆରୀ ପହିଲାରୁ ୧୯ ଟଙ୍କା ବୃଦ୍ଧି କରିଛନ୍ତି । ଏହାସହ ଲଗାତାର ୪ର୍ଥ ମାସ ପାଇଁ ଗ୍ୟାସ ମୂଲ୍ୟରେ ବୃଦ୍ଧି ଘଟିଛି । ଇଣ୍ଡିଆଲ ଅଏଲର ରିପୋର୍ଟ ଅନୁଯାୟୀ, ବୁଧବାର ଠାରୁ ଦିଲ୍ଲୀରେ ୧୪.୨ କିଲୋ ଓଜନର ଅଣସବସିଡୀ ଗ୍ୟାସ ସିଲିଣ୍ଡର ପାଇଁ ଖାଉଟିଙ୍କୁ ୭୧୪ ଟଙ୍କା ଦେବାକୁ ପଡିବ । ପୂର୍ବରୁ ଏହା ୬୯୫ ଟଙ୍କା ରହିଥିଲା । ସେହିପରି କୋଲକାତାରେ ନୂଆ ଦର ହିସାବରେ ଅଣସବସିଡି ରନ୍ଧନ ଗ୍ୟାସ ମୂଲ୍ୟ ୭୪୭ ଟଙ୍କାରେ ପହଞ୍ଚିଛି । ମୁମ୍ବାଇରେ ୬୮୪ ଟଙ୍କା ୫୦ ପଇସା ଓ ଚେନ୍ନାଇରେ ୭୩୪ ଟଙ୍କା ହୋଇଛି । ସେହିପରି ଦରବୃଦ୍ଧି ପରେ ୧୯ କିଲୋ ଅଣସବସିଡି ସିଲିଣ୍ଡରର ମୂଲ୍ୟ ୧୨୪୧ ଟଙ୍କାରେ ପହଞ୍ଚିଥିବା ବେଳେ କଲିକତାରେ ୧୩୦୮, ମୁମ୍ବାଇରେ ୧୧୯୦ ଏବଂ ଚେନ୍ନାଇରେ ୧୩୬୩ ଟଙ୍କା ରହିଛି । ସୂଚନାଯୋଗ୍ୟ, ସରକାର ବର୍ତ୍ତମାନ ପ୍ରତି ଘର ପିଛା ୧୨ଟି ସିଲିଣ୍ଡର ସବସିଡି ଆକାରରେ ପ୍ରତିବର୍ଷ ଦେଉଛନ୍ତି ।

Related posts

ଆସନ୍ତା ୬ରେ ରିପୋର୍ଟ ଦେବାକୁ ଆରଏମଏଲ ହସ୍ପିଟାଲକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

mahabharatanews

ଆଗ୍ରାରେ ୧୩ କୋରୋନା ସନ୍ଦିଗ୍ଧ ଚିହ୍ନଟ

mahabharatanews

ସୋସିଅ।ଲ୍ ମିଡ଼ିଅ।ରେ ଛାତ୍ରୀଛାତ୍ରଙ୍କୁ ଦିଅ।ଯିବ ହୋମ୍ ୱାର୍କ

mahabharatanews