(ମହାଭାରତ ,ସତ୍ୟବାଦୀ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୁଢାକେରା ଗ୍ରାମରେ ଡଃ ଅଭୟ ମିଶ୍ର ସ୍ମାରକି ଆସୋସିଏସନ ଆନୁକୂଲ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବତ୍କୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ରୁପଦେଇପୁର ହାଇସ୍କୁଲ ଓ ନୁଆସନ୍ଥ ହାଇସ୍କୁଲ ପରିସରରେ ଏହି ପ୍ରତିଯୋଗିତା କରାଯାଇଥିଲା । ଏଥିରେ ପ୍ରାୟ ଆଖପାଖ ଅଞ୍ଚଳର ୨୦ ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ବି·ରପତି ଭାବେ ଶିକ୍ଷାବିତ୍ ରମେଶ ଚନ୍ଦ୍ର ମାଝୀ, ପ୍ରସନ୍ନ ମହାପାତ୍ର, ପ୍ରଫୁଲ ପଣ୍ଡା, ଦିପ୍ତି ରଞ୍ଜନ ପ୍ରଧାନ,କାହ୍ନୁଚରଣ ସେନାପତି, ପ୍ରଶାନ୍ତ ପଣ୍ଡା, ଚିତରଞ୍ଜନ ଦାଶ ଓ ବିଜୟ ପଣ୍ଡା ଯୋଗଦେଇଥିଲେ । ଅନୁଷ୍ଠାନ ପକ୍ଷରୁ ଉତ୍ସବ ପାଇଁ ପୂର୍ବରୁ କୁଇଜ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ମାର୍ଚ୍ଚ ପ୍ରଥମ ସପ୍ତାହରେ ହେବାକୁ ଥିବା ଅନୁଷ୍ଠାନର ବାର୍ଷିକ ଉତ୍ସବରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ , ରକ୍ତଦନ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ପୁରସ୍କାର ଓ ସମ୍ବର୍ଦ୍ଧନା ଦିଆଯିବ ବୋଲି ଅନୁଷ୍ଠାନର ଆବହାକ ଦିପୁ ପ୍ରଧାନଙ୍କ ଠାରୁ ପ୍ରକାଶ ।
previous post