ଓଡିଶା

ବାଲ୍ୟ ବିବାହ ବିରୋଧରେ ସଚେତନତା ଅଭିଯାନ

(ମହାଭାରତ, କୋରାପୁଟ): ସରକାର ବାଲ୍ୟ ବିବାହ ଉପରେ ରୋକ ଲଗାଇବା ପାଇଁ ପ୍ରୟାସ ଜାରି ରହିଥିବା ବେଳେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ସଚେତନତା ଅଭିଯାନ ଚାଲିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲ୍ଲାରେ ମଧ୍ୟ ଏହି ଅଭିଯାନ ଆରମ୍ଭ ହୋଇଛି । କୋରାପୁଟ ସଦର ବ୍ଲକ ପକ୍ଷରୁ ବୁଧବାର ବିବାହ ବିରୋଧରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୋରାପୁଟ ଜିଲ୍ଲାପାଳ ଏବଂ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଏଥିରେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ, ସମାଜ କଲ୍ୟାଣ ଅଧିକାରୀଙ୍କ ସମେତ ସିଡିପିଓ ଉପସ୍ଥିତ ଥିଲେ । ଏହି ଅବସରରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଓ ବିଦ୍ୟାଳୟ ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଥିଲେ । ଶୋଭାଯାତ୍ରାଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିବା ପରେ କୋରାପୁଟ କନିଷ୍ଠ ମହିଳା ମହାବିଦ୍ୟାଳୟ ଠାରେ ପହଞ୍ଚିଥିଲା । ଏଠାରେ ଏକ ସଚେତନତା ସଭାର ଆୟୋଜନ ହୋଇଥିଲା । ବାଲ୍ୟ ବିବାହକୁ କିଭଳି ରୋକି ହେବ । ଏଥିରେ ସାଧାରଣ ଜନତାଙ୍କର କଣ ଭୂମିକା ରହିଛି ଏବିଷୟରେ ସଦର ବ୍ଲକ ବିଡିଓ ନରେନ୍ଦ୍ର ନାଏକ ଓ ଅତିରିକ୍ତ ପ୍ରକଳ୍ପ ଅଧିକାରୀ ମହେଶ୍ୱର ନାଏକ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଶେଷରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

Related posts

ଗଗନଯାନ ମିଶନର ୪ ମହାକାଶଚାରୀଙ୍କ ମଧ୍ୟରେ ଓଡ଼ିଆ ପୁଅ ନିଖିଲ ରଥ

mahabharatanews

କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews

ୟୁଜିସି ମାର୍ଗଦର୍ଶିକା ଉପରେ ପୁନର୍ବିଚାର କରିବାକୁ ପତ୍ର ଲେଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

mahabharatanews