ଓଡିଶା

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ଛଣ ବୋଝେଇ ଗାଡି

(ମହାଭାରତ, ସତ୍ୟବାଦୀ): ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ବେଣାକେରା ଗାଁରେ ଏକ ଅଘଟଣ ଘଟିବା ପୂର୍ବରୁ ଟଳିଯାଇଛି । ଗାଁର ଡୁଗୁରେଇ ଠାକୁରାଣୀ ମନ୍ଦିର ନିକଟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଛଣ ବୋଝେଇ ଗାଡି ଜଳିଯାଇଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ବେଳେ ଚାଳକ ଓ ହେଲପ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ସୂଚନା ଅନଯାୟୀ, ଫନି ବାତ୍ୟା ପରଠାରୁ ଗାଁ ରାସ୍ତା ଉପରେ ବିଦ୍ୟୁତ ତାର ଓହଳି ରହିଥିଲା । ନୂତନ ତାର ସଂଯୋଗ କରିବାକୁ ଗାଁ ଲୋକେ ସତ୍ୟବାଦୀ ବିଦ୍ୟୁତ ଉପଖଣ୍ଡ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏନେଇ କୌଣସି ସୁଫଳ ମିଳିନାହିଁ । ଫଳରେ ସୋମବାର ବିଦ୍ୟୁତ ଜନିତ ଘଟିଥିବା ଏହି ଦୂର୍ଘଟଣାରେ ଗାଡି ଜଳି ଯାଇଥିବା ବେଳେ ଚାଳକ ମୃତ୍ୟୁ ମୁଖରୁ ଅଳ୍ପକେ ରକ୍ଷା ପାଇଛନ୍ତି । ସୂବନା ଅନୁଯାୟୀ, ବେଣାକେରା ଗାଁରୁ ଛଣ ବୋଝେଇ ଟାଟା ଏସି ଗାଡିଟି ଖୋର୍ଦ୍ଧା ରାଉତପଡାକୁ ଯାଉଥିଲା । ଏହି ସମୟରେ ଗାଁର ଠାକୁରାଣୀ ମନ୍ଦିର ନିକଟରେ ଝୁଲନ୍ତା ଅବସ୍ଥାରେ ଥିବା ତାର ସଂସ୍ପର୍ଶରେ ଆସିଥିଲା । ଫଳରେ ଛଣଗୁଡିକରେ ତୁରନ୍ତ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ଏହାସହ ଦମକଳ ବାହିନିକୁ ଖବର ଦେଇଥିଲେ । କିଛି ସମୟ ପରେ ୨ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲେ । ତେବେ ଏହିି ଅଘଟଣ ବେଳେ ଛଣ ବୋଝେଇ ଗାଡିର ଚାଳକ ବର୍ତ୍ତି ଯାଇଥିଲେ । ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଥିବା ବେଳେ ବିଦ୍ୟୁତ ବିଭାଗର ଖାମଖିଆଲ ନୀତି ବିରୋଧରେ ଜିଲ୍ଲାପାଳ ନଜର ଦେବାକୁ ଦାବି କରାଯାଇଛି ।

Related posts

ଗଞ୍ଜାମ ଜିଲ୍ଲାରେ ୨୦୪୨ ଗ୍ରାମ ଏବଂ ୨୨୧ ପଂଚାୟତ ବାଲ୍ୟ ବିବାହ ମୁକ୍ତ

mahabharatanews

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସରେ ଧୁମ୍ ଧାମ୍ ରେ ଆୟୋଜନ

mahabharatanews

ଦନ୍ତା ଆକ୍ରମଣରେ ଚାଲିଗଲା ୨ଜୀବନ

mahabharatanews

Leave a Comment