ଓଡିଶା

ବୃଦ୍ଧ ପିତାଙ୍କ ମୃତ୍ୟୁ ପରେ ୨ପୁତ୍ରକନ୍ୟା ପାଉନାହାଁନ୍ତି ସାହାରା

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ତରତଶାସନ ଗ୍ରାମ ପଞ୍ଚାୟତ ଦାମୋଦରପୁର ଗ୍ରାମର ଜନୈକ ବ୍ୟକ୍ତ ନଦୀରେ ସ୍ନାନ କରୁଥିଲା ବେଳେ ପାଣିରେ ବୁଡ଼ି ମୃତ୍ୟୁବରଣ କରିବାପରେ ତାଙ୍କର ୨ ପୁତ୍ର କନ୍ୟା ବେସାହାରା ହୋଇ ପଡ଼ିଛନ୍ତି । ଦାମୋଦରପୁର ଗ୍ରାମର ଦଳିତ ଗୌରଚନ୍ଦ୍ର ସେଠୀ (୬୫) ଲୁଣା ନଦୀ ଘାଟକୁ ସ୍ନାନ କରିବା ନିମନ୍ତେ ଯାଇଥିଲେ । କିନ୍ତୁ ନଦୀରେ ବୁଡ଼ି ମୃତ୍ୟୁବରଣ କରିଥିଲେ । ଗୌରଙ୍ଗଙ୍କ ମୃତ୍ୟୁ ପରେ ତାଙ୍କର ଏକ ମାତ୍ର ମାନସିକ ବିକାରଗ୍ରସ୍ତ ପୁତ୍ର ପ୍ରତାପ (୪୫) ଓ ଅବିବାହିତା କନ୍ୟା ସତ୍ୟଭାମା (୩୫) ଏବେ ଅସହାୟ ହୋଇପଡିଛନ୍ତି । ଗୌରଙ୍କ ପତ୍ନୀ ରୋହିଣୀ ୮ବର୍ଷ ତଳେ ମୃତ୍ୟୁବରଣ କରିଥିଲେ । ପତ୍ନୀଙ୍କ ମୃତ୍ୟୁପରେ ଗୌର ମାନସିକ ସ୍ତରରେ ଭାଙ୍ଗିଯାଇଥିଲେ ମଧ୍ୟ ମୁଣ୍ଡ ଝାଳ ତୁଣ୍ଡେ ମାରି ମାନସିକ ବିକାରଗ୍ରସ୍ତ ପୁତ୍ର ଓ ଅବିବାହିତା କନ୍ୟା ପେଟକୁ ଗଣ୍ଡେ ଦାନା ଓ ଦେହକୁ ଖଣ୍ଡେ କପଡା ଦେଇଆସୁଥିଲେ । ତେବେ ପିତାଙ୍କ ମୃତ୍ୟୁ ପରେ ୨ପୁତ୍ର କନ୍ୟା ମାନସିକ ସ୍ତରରେ ଭାଙ୍ଗି ପଡ଼ିବା ସହ ବେସାହାରା ହୋଇ ପଡ଼ିଛନ୍ତି । ସେମାନଙ୍କ ଯତ୍ନ କିଏ ନେବ ତାହା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରଶାସନ ତରଫରୁ ଏହି ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ନିମନ୍ତେ ସାଧାରଣରେ ଦୃଢ ଦାବି ହୋଇଛି ।

Related posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି

mahabharatanews

ଅଧାଥିବା ରାସ୍ତା କାମ ପୁରାକଲେ ଏସଏଚଜି ମହିଳା

mahabharatanews

ଗଞ୍ଜାମରେ ସ୍ଥିତି ଅଣାୟତ୍ତ: ଘରଠୁ ଏକ କିମିରୁ ଅଧିକ ଦୂର ନଯିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

mahabharatanews