ଓଡିଶା

ଭସାଣି ବେଳେ ଗୋଷ୍ଠି ସଂଘର୍ଷ, ୫ ଗୁରୁତର

(ମହାଭାରତ, ସୋର): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଇଶ୍ୱରପୁର ଓ ମାଟିଆପଲ୍ଲା ଗାଁର ଯୁବକଙ୍କ ମଧ୍ୟରେ ଗୋଷ୍ଠି ସଂଘର୍ଷ ହୋଇଛି । ଏଥିରେ ଉଭୟ ଗୋଷ୍ଠୀର ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଇଶ୍ୱରପୁର ଓ ମାଟିଆପଲ୍ଲା ଗାଁର ଯୁବକମାନେ ସରସ୍ୱତୀ ପୂଜା କରିଥିଲେ । ଗତ ରବିବାର ଉଭୟ ଗାଁରେ ଭସାଣୀ ଉତ୍ସବ ଆରମ୍ଭ ହୋଇଥିଲା । କିନ୍ତୁ ଭସାଣିରେ ଡିଜେ ବାଜିବାକୁ କେନ୍ଦ୍ର କରି ଦୁଇ ଗାଁର ଯୁବକମାନେ ମୁହାଁମୁହିଁ ହୋଇଥିଲେ । ଏଥିସହ ଇଶ୍ୱରପୁର ଗାଁର କିଛି ଯୁବକ ମାଟିଆପଲ୍ଲାର ଜଣେ ବ୍ୟକ୍ତିଙ୍କ ଘରେ ପଶି ଆସବାବ ପତ୍ର ଏବଂ ଗାଡି ଭାଙ୍ଗି ଦେଇଥିଲେ । ଏପରିକି ତାଙ୍କ ଆକ୍ରମଣରୁ ଛୋଟ ଛୁଆ ଓ ମହିଳାମାନେ ମଧ୍ୟ ବାଦ ପଡି ନଥିଲେ । ଉଭୟ ଗାଁରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହି ଘଟଣାକୁ ନେଇ ଉଭୟ ପକ୍ଷ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

ଚାଷୀଙ୍କ ଧାନ ପୋଲରେ ନିଆଁ ଲଗାଇ ଦୁର୍ବୃତ୍ତ ଫେରାର

mahabharatanews

ଓମିକ୍ରନକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି

mahabharatanews

ସ୍ୱାମୀ ସ୍ତ୍ରୀ ମେଡିକାଲରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଗଲା କାର୍; ଜଣେ ମୃତ

mahabharatanews