ଓଡିଶା

ମଣ୍ଡିରୁ ଧାନ ତୁରନ୍ତ ଉଠାଇବା ଦାବିରେ ଚାଷୀଙ୍କ ରାସ୍ତା ଅବରୋଧ

(ମହାଭାରତ,କଳାହାଣ୍ଡି):  କଳାହାଣ୍ଡି, ନର୍ଲା ଘଣ୍ଟମାଲରେ ଥିବା ଧାନ ମଣ୍ଡିରେ ଧାନ ନ ଉଠାଇବାକୁ ନେଇ ଚାଷୀମାନେ ଶନିବାର ଏଠାରେ ରାସ୍ତା ଅବରୋଧ କରିଛନ୍ତି । ସୂଚନା ଅନୁଯାୟୀ, ଜିଲ୍ଲା ଅନ୍ତର୍ଗତ ନର୍ଲା ବ୍ଲକର ଘଣ୍ଟମାଳ ଗାଁର ସମସ୍ତ ଚାଷୀଙ୍କ ଧାନ ଦୀର୍ଘ ଦିନ ଧରି ମଣ୍ଡିରେ ପଡି ରହିଥିବା ଯୋଗୁଁ ଏଠାରେ ଉତ୍ତେଜନା ସୃଷ୍ଟି ହୋଇଛି । ମଣ୍ଡିରେ ପଡି ରହିଥିବା ଧାନ ନଷ୍ଟ ହୋଇଯାଉଥିବା ଚାଷୀମାନେ ବାରମ୍ବାର ଅଭିଯୋଗ ମଧ୍ୟ କରିଛନ୍ତି । ପ୍ରଶାସନକୁ ବାରମ୍ବାର ଅସୁବିଧା ସମ୍ପର୍କରେ ଜଣାଇଥିଲେ ମଧ୍ୟ ପ୍ରଶାସନ ଚାଷୀଙ୍କ କଥା ଶୁଣୁନାହିଁ । ଫଳରେ ଚାଷୀ ମାନେ ନର୍ଲା ଭବାନୀପାଟଣା ସଂଯୋଗ କରୁଥିବା ୪ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ଶନିବାର ରାସ୍ତାର ଉଭୟ ପାଶ୍ୱର୍ରେ ଯାନବାହନ ଚଳାଚଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା । ଘଟଣାସ୍ଥଳରେ ନର୍ଲା ପୋଲିସ ଏବଂ ନର୍ଲା ତହସିଲଦାର ପହଞ୍ଚି ଚାଷୀମାନଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ଚାଷୀମାନେ କଳାହାଣ୍ଡି ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପାଇଁ ଅଡି ବସିଥିଲେ । ଏହାସହ ଜିଲ୍ଲାପାଳ ତୁରନ୍ତ ଏହି ସମସ୍ୟାକୁ ଗୁରୁତ୍ୱ ଦେଇ ଏହାର ସମାଧାନ ପାଇଁ ଆନ୍ଦୋଳନରତ ଚାଷୀମାନେ ଦାବି କରିଛନ୍ତି ।

Related posts

ରାଜ୍ୟବାସୀଙ୍କୁ ଆହୁରି ୪ଦିନ ଥରାଇବ ଶୀତ

mahabharatanews

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ନାବାଳକ ମୃତ

mahabharatanews

ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା : ବାପା-ମା’ ମୃତ

mahabharatanews