ଅପରାଧ

ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଲୁଟ୍ ଅଭିଯୋଗ, ୬ ଗିରଫ

(ମହାଭାରତ, ରାଉରକେଲା): ରାଉରକେଲା ଅନ୍ତର୍ଗତ ବ୍ରାହ୍ମଣୀ ତରଣ ଥାନା ଅନ୍ତର୍ଗତ ଗୋଟିଧାରା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଲୁଟ୍ କରିବାକୁ ଘରେ ପସି ଥିବା କିିଛି ଦୂର୍ବୃତ୍ତ ଜଣେ ମହିଳାଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରିବା ପରେ ଘରୁ ଲକ୍ଷାଧିକ ଟଙ୍କାର ଜିନିଷ ଲୁଟିନେଇଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣାରେ ୬ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଜଣେ ଫେରାର ଥିବା ଜଣାପଡିଛି । ପୋଲିସ ତାକୁ ଗିରଫ କରିବା ଚେଷ୍ଟା ଚଳାଇଛି । ତେବେ ପୀଡିତା ଓ ତାଙ୍କ ସ୍ୱାମୀ ସେମାନେ ରହୁଥିବା ଘରର ତଦାରଖକାରୀ ବୋଲି ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଗତମାସ ଫେବୃଆରୀ ୨୩ ତାରିଖରେ ୭ ଜଣ ଦୂର୍ବୃତ୍ତ ସେମାନେ ରହୁଥିବା ଘରେ ଲୁଟ୍ କରିବା ପାଇଁ ପଶିଥିଲେ । ସେହି ସମୟରେ ମହିଳା ଜଣକ ଘରର ଉପର ମହଲାରେ ଶୋଇଥିଲେ । ତାଙ୍କ ସ୍ୱାମୀ ତଳ ମହଲାରେ ଆରାମ କରୁଥିଲେ । ଏତିକିବେଳେ ଦୁର୍ବୃତ୍ତମାନେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ତେବେ ମହିଳାଙ୍କ ଚିତ୍କାର ଶୁଣି ତାଙ୍କ ସ୍ୱାମୀ ଉପର ମହଲାକୁ ଆସିଥିଲେ । କିନ୍ତୁ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ତାଙ୍କୁ ଧମକାଇଥିଲେ । ପରେ ମହିଳାଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । ଏହାପରେ ଉକ୍ତ ଘରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିଲେ । ଏହାକୁ ନେଇ ପୀଡିତା ଜଣକ ବ୍ରାହ୍ଣଣୀ ତରଙ୍ଗ ଥାନାରେ ଏତଲା ଦେଇଥିଲେ । ଏହାକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ଏହି ଘଟଣାରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଫେରାର ରହିଛି । ଉକ୍ତ ଅଭିଯୁକ୍ତକୁ କାବୁ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ।

Related posts

ବିଦେଶୀ ପକ୍ଷୀଙ୍କ ମୃତଦେହ ଉଦ୍ଧାର, ୨ ଗିରଫ

mahabharatanews

ଦେଢଶୂରର ଶାବଳ ମାଡରେ ମହିଳାଙ୍କ ମୃତ୍ୟୁ

mahabharatanews

ଗଞ୍ଜେଇ ସହ କାର ଜବତ: ୨ଗିରଫ

mahabharatanews

Leave a Comment