Uncategorized

ମୁଁ ତୁମ ଭାଲେଣ୍ଟାଇନ

(ମହାଭାରତ): ପ୍ରେମର ପରିଭାଷା କିଛି ଅଲଗା । ଯିଏ ବୁଝିଛି ସେ ତାର ମହତ୍ତ୍ୱ ଜାଣିଛି । କଥାରେ ଅଛି ପ୍ରେମ ଅନ୍ଧ । ମଣିଷ ପ୍ରେମରେ ପଡ଼ିଲେ ତାକୁ ସବୁ କିଛି ନୂଆ ନୂଆ ଲାଗେ । ତେବେ ମଣିଷ ଠାରୁ ଆରମ୍ଭ କରି ପ୍ରାଣୀଜଗତ ସବୁଠାରେ ପ୍ରେମର ପରିଭାଷା ପରିଲକ୍ଷିତ ହୋଇଥାଏ । ତେଣୁ ପ୍ରତ୍ୟେକ ବର୍ଷ ଫେବୃଆରୀ ମାସର ଗୋଟିଏ ସପ୍ତାହକୁ ପ୍ରେମର ସପ୍ତାହ ବା ଭାଲେଣ୍ଟାଇନ ସପ୍ତାହ ରୂପେ ପାଳନ କରାଯାଇଥାଏ । ବିଶେଷ କରି ପ୍ରେମୀ ଯୁଗଳଙ୍କ ପାଇଁ ଏହି ସପ୍ତାହ ବେଶ ଗୁରୁତ୍ୱପୂର୍ଣ୍ଣ । ଯଦିଓ ପ୍ରେମ କରିବାର କୌଣସି ନିଦ୍ଦିଷ୍ଟ ସମୟ,ଦିନ, ବାର, ବୟସ ନଥାଏ । କିନ୍ତୁ ତଥାପି ପ୍ରେମୀ ଯୁଗଳ ଏହି ସପ୍ତାହକୁ ବେଶ ଖୁସିରେ ପାଳନ କରିଥାନ୍ତି । ସମସ୍ତେ ନିଜର ପ୍ରେମୀକ ବା ପ୍ରେମିକାକୁ ପ୍ରେମ ନିବେଦନ କରିବା ଚାହିଁ ବସିଥାନ୍ତି ଏହି ଦିନକୁ ।

ପ୍ରଥମ ଦିନରେ ନାଲି ରଙ୍ଗର ଗୋଲାପ ଦେଇ ମନର କଥା କହିଥାନ୍ତି । ପରେ ଚକୋଲେଟ, ପ୍ରତିଶ୍ରୁତି, ଟେଡ଼ି, ଚୁମ୍ବନ, ଆଲିଙ୍ଗନ କରି ନିଜର ପ୍ରେମର ଗଭୀରତା ପ୍ରକାଶ କରିଥାନ୍ତି । ତେବେ ଆଜି ହେଉଛି ପ୍ରେମ ଦିବସର ଅନ୍ତିମ ଦିନ ବା ଫେବୃଆରୀ ୧୪ । ଯାହାକୁ ସାରା ବିଶ୍ୱରେ ଭାଲେଣ୍ଟାଇନ ଡ଼େ ଭାବରେ ପାଳନ କରାଯାଇଥାଏ । ତେବେ ଦୀର୍ଘ ସାଢେ ୧୭ଶହ ବର୍ଷ ଧରି ଏହି ଦିନଟି ପୃଥିବୀବାସୀଙ୍କୁ ‘ପ୍ରେମ ହିଁ ଜୀବନ’ ବାର୍ତ୍ତା ଦେଇ ଚାଲିଛି । ଏହି ଦିବସ ତୃତୀୟ ଶତାଦ୍ଦୀରୁ ଏହି ଦିବସ ପାଳିତ ହୋଇଆସୁଛି । ସେତେବେଳେ ରୋମର କ୍ୟାଥଲିକ ଚର୍ଚ୍ଚରେ ଭାଲେଣ୍ଟାଇନ ନାମକ ଜଣେ ପାଦ୍ରୀ ଥିଲେ । ସେ ପ୍ରେମୀ ଯୁଗଳଙ୍କ ମଧ୍ୟରେ ବିବାହ କରାଉଥିଲେ । ତେବେ ତତ୍କାଳୀନ ରୋମର ରାଜା କ୍ଳାଡ଼ିୟସ ନିଜ ସୈନ୍ୟବଳ ବୃଦ୍ଧି ପାଇଁ ଦେଶରେ ପ୍ରେମ ବିବାହ ଉପରେ ରୋକ ଲଗାଇ ଦେଥିଲେ । ରାଜା ଭାବୁଥିଲେ ପ୍ରେମ ଓ ବିବାହ ଯୋଗୁଁ ଯୁବକମାନେ ସୈନ୍ୟ ବିଭାଗରେ ଭର୍ତ୍ତି ହେବାକୁ ଚାହୁଁନାହାନ୍ତି । ଯୁବକ ମାନେ ନିଜ ପ୍ରେମୀକାଙ୍କୁ ଛାଡ଼ି ଦୂରରେ ରହି ବର୍ଷ ବର୍ଷ ଧରି ଯୁଦ୍ଧ କରିବାକୁ ଅମଙ୍ଗ ହେଉଛନ୍ତି ବୋଲି ରାଜା ଚିନ୍ତା କରୁଥିଲେ । ରାଜାଙ୍କ ମନା କରିବା ପରେ ମଧ୍ୟ ପାଦ୍ରୀ ଭାଲେଣ୍ଟାଇନ ପ୍ରେମୀଯୁଗଳଙ୍କ ବିବାହ କରିବା ଜାରି ରଖିଲେ । ପାଦ୍ରୀ ଅନେକ ସୈନିକଙ୍କ ବିବାହ ମଧ୍ୟ କରାଇଲେ । ତେଣୁ ରାଜା ତାଙ୍କୁ ଗିରଫ କରି ଜେଲରେ ରଖିଦେଲେ । ହତ୍ୟା କରିବା ଲାଗି ତାଙ୍କ ଉପରେ ପଥର ଏବଂ ଚାବୁକ ମାଡ଼ କରାଗଲା । ଏହା ଦ୍ୱାରା ତାଙ୍କର ମୃତ୍ୟୁ ନ ହେବାରୁ ଶେଷରେ ୧୪ଫେବୃଆରୀ ୨୬୯ ମସିହାରେ ଭାଲେଣ୍ଟାଇନଙ୍କୁ ଫାଶୀ ଦିଆଗଲା । ଲୋକେ କୁହନ୍ତି ଜେଲରେ ଥିବା ସମୟରେ ପାଦ୍ରୀ ଜେଲରଙ୍କ ଝିଅଙ୍କ ପାଖକୁ ଏକ ପ୍ରେମ ପତ୍ର ଲେଖିଥିଲେ । ତେବେ ଚିଠିର ଶେଷରେ ଲେଖାଯାଇଥିଲା ଇତି ‘ତୁମର ଭାଲେଣ୍ଟାଇନ’ । ପାଦ୍ରୀ ଭାଲେଣ୍ଟାଇନଙ୍କ ତ୍ୟାଗକୁ ପ୍ରେମର ପ୍ରତୀକ ଭାବେ ମନେ ରଖିବା ପାଇଁ ୧୪ ଫେବୃଆରୀକୁ ଭାଲେଣ୍ଟାଇନ୍ସ ଡ଼େ’ ଭାବେ ପାଳନ କରାଯାଇଥାଏ ।

Related posts

ଆତ୍ମଘାତୀ ଆକ୍ରମଣ: ଆଫଗାନିସ୍ତାନରେ ୯ ମୃତ

mahabharatanews

ଉହାନରୁ ଆସିଲା କରୋନାର ୧୪ ନୂଆ ମାମଲା

mahabharatanews

ଟ୍ରାକ୍ଟର ରାଲିରେ ହିଂସା ପଛରେ  ପଞ୍ଜାବୀ ଅଭିନେତାଙ୍କ ହାତ

mahabharatanews

Leave a Comment