ଦେଶ ବିଦେଶ

ମନ୍ଦିରରେ ବିତୁଛି ଇଂରାଜୀ ପ୍ରଫେସରଙ୍କ ଜୀବନ…

କଥାରେ ଅଛି ସମୟ କେତେବେଳେ କାହାର ବଦଳିବ ତାହା କେହି ବି କହି ପାରିବେ ନାହିଁ । ସମୟ ଆଗରେ ସମସ୍ତେ ଅସହାୟ ହୋଇଯାଆନ୍ତି। ସେହିଭଳି ଜଣେ ବ୍ୟକ୍ତିଙ୍କର କଥା ପ୍ରକାଶ ପାଇଛି । ଯିଏ ଦିନେ ପ୍ରେଫେସର ସାଜି ଏନଡିଏର ଛାତ୍ରଛାତ୍ରୀଙ୍କୁ ପଢାଉଥିଲେ ଆଜି ତାଙ୍କର ଜୀବନ ମନ୍ଦିରରେ ବିତୁଛି । ସନ୍ତୋଷ ଗୋୟଲ ଇଂରାଜୀରେ ପିଏଚଡି କରିଛନ୍ତି । ସେ ୧୯୭୧ ମସିହାରେ ଶିକ୍ଷକ ଭାବରେ ଏନଡିଏରେ ପିଲାମାନଙ୍କୁ ପାଠ ପଢ଼ାଉଥିଲେ। ଏକ ସମ୍ମାନଜନକ ଜୀବନଯାପନ କରୁଥିଲେ। କିନ୍ତୁ, ସେ ତାଙ୍କର ଦୃଷ୍ଟିଶକ୍ତି ହରାଇଲେ ଯେଉଁଥିପାଇଁ ତାଙ୍କୁ ଚାକିରି ହରାଇବାକୁ ପଡିଲା । ଯଦି ସେ ୧୫ ବର୍ଷ କାମ କରିଥାନ୍ତେ, ତେବେ ତାଙ୍କୁ ୭୦,୦୦୦ ରୁ ୭୫,୦୦୦ ଟଙ୍କା ପେନସନ ମିଳିଥାନ୍ତା ବୋଲି ସେ ଏକ ସାକ୍ଷାତକାରରେ କହିଛନ୍ତି ।


ସନ୍ତୋଷ ଗୋୟଲ ଏକ ମନ୍ଦିରରେ ରୁହନ୍ତି, ଯେଉଁଠାରେ ତାଙ୍କୁ ଖାଦ୍ୟ ଏବଂ ପାନୀୟ ମିଳେ। ତାଙ୍କ ଜୀବନରେ ଘଟିଥିବା ଏତେ ବଡ ପରିବର୍ତ୍ତନ ସମସ୍ତଙ୍କୁ ଚିନ୍ତାନ କରିବାକୁ ବାଧ୍ୟ କରୁଛି ଯେ ସମୟ କେତେବେଳେ କାହାକୁ କେଉଁଠିକୁ ନେଇପାରେ । ଜଣେ ଶିକ୍ଷକରୁ ଏହି ସ୍ଥାନ ପର୍ୟ୍ୟନ୍ତ ତାଙ୍କର ଯାତ୍ରା ଦର୍ଶାଏ ଯେ ସମୟ କେବେ ବି ପୂର୍ବାନୁମାନ କରାଯାଇପାରିବ ନାହିଁ। ଇନଷ୍ଟାଗ୍ରାମରେ ଅଜୟ ମିଶ୍ରା ନାମକ ଜଣେ ଯୁବକ ଏହି ଭିଡିଓ ପୋଷ୍ଟ୍ କରିଛନ୍ତି ।

ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହା ଦେଖିବା ପରେ ଲୋକମାନେ ଭାବପ୍ରବଣ ହୋଇପ ଡୁଛନ୍ତି। ଅନେକ ଲୋକ କହୁଛନ୍ତି ଯେ ଲୋକମାନେ ସଂଶୋଷ ଗୋୟଲଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିବା ଉଚିତ। କିଛି ଲୋକ ଅଜୟ ମିଶ୍ରଙ୍କ କାହାଣୀକୁ ବିଶ୍ୱ ସାମ୍ନାରେ ଆଣିବା ପାଇଁ ପ୍ରଶଂସା କରିଛନ୍ତି। ଲୋକମାନେ କହୁଛନ୍ତି ଯେ ସମସ୍ତଙ୍କୁ ଏଥିରୁ ଶିକ୍ଷା ଗ୍ରହଣ କରିବା ଉଚିତ ଏବଂ ବିଶ୍ୱର କୌଣସି ଜିନିଷ ଉପରେ ଗର୍ବ କରିବା ଉଚିତ୍ ନୁହେଁ।

Related posts

ପୁଣି ବଢିଲା ଏଲପିଜି ସିଲିଣ୍ଡରର ମୂଲ୍ୟ…

mahabharatanews

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି

mahabharatanews

ରାମ ମନ୍ଦିର ଦାନ ଚୋରି ମାମଲାରେ ବଡ଼ ଖୁଲାସା… ଗଣତି ପୂର୍ବରୁ ଗାୟବ ହେଉଥିଲା ଟଙ୍କା

mahabharatanews