ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ର ଶ୍ରମିକ ମାନଙ୍କୁ ନେଇ ଶ୍ରମିକ ଦିବସ ପାଳନ ହୋଇଯାଇଛି , ଏହି ଅବସରରେ ମୁଖ୍ୟ ଅତିଥିଭାବେ ମନ୍ତ୍ରି ପ୍ରଦିପବଳ ସାମନ୍ତ ଯୋଗଦେଇଥିଲେ । ପ୍ରଥମେ ମହାପ୍ରଭୁଙ୍କ ଫଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ବଳନ ହୋଇଥିଲା।ମନ୍ତ୍ରୀଙ୍କ ପ୍ରତିନିଧି ପ୍ରଶାନ୍ତ କୁମାର ରାୟ , ୱାର୍କର ୟୁନିଅନ ସଭାପତି ଶ୍ରୀଯୁକ୍ତ ସବ୍ୟସାଚୀ ବଳ ସାମନ୍ତ ,ବରିଷ୍ଠ ନେତା ସୁଧାଂଶୁ ଭଞ୍ଜ, ଦଶନମ୍ବର ମଣ୍ଡଳର ପ୍ରତିନିଧି ସଂଜୟ କୁମାର ମହାନ୍ତି ଏବଂ ଭାରତୀୟ ଜନତା ପାର୍ଟି ର ସମସ୍ତ ବରିଷ୍ଠ ନେତୃମଣ୍ଡଳୀ ଉପସ୍ଥିତ ରହିଥିଲେ। ଶିଳ୍ପାଞ୍ଚଳ ର ଶ୍ରମିକ ମାନେ ଏକତ୍ରିତ କିଭଳି ହୋଇପାରିବେ ଏବଂ ଶ୍ରମିକ ମାନଙ୍କ ସୁରକ୍ଷା ସହ ଶ୍ରମିକ ମାନଙ୍କ ସାଥିରେ ରହି ସ୍ୱର୍ ଉଠାଇବେ ବୋଲି ମନ୍ତ୍ରୀ ପ୍ରତିଶୁତି ଦେଇଥିଲେ। ୱର୍କର୍ ୟୁନିଅନ ର ସଭାପତି ଶ୍ରୀଯୁକ୍ତ ସବ୍ୟସାଚୀବଳ ସାମନ୍ତ ଶ୍ରମିକ ମାନଙ୍କ ଏକତା ପାଇଁ ସ୍ପଷ୍ଟତା ଭାବେ କହିଥିଲେଜେ ତୃଣ ମୂଳଭାବେ ଶ୍ରମିକଙ୍କ ସୁରକ୍ଷା ପ୍ରଥମ ସ୍ଥାନରେ ରହିବ ।
previous post
