ଅପରାଧ

ଯୁବକଙ୍କ ଅର୍ଦ୍ଧଦଗ୍ଧ ଶରୀର ଉଦ୍ଧାର, ହତ୍ୟା ସନ୍ଦେହ

(ମହଭାରତ, ଆସିକା): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସୁନାପଲ୍ଲୀ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । କିଛି ଦୁର୍ବୃତ୍ତ ଏଠାରେ କିଛି ଦୁର୍ବୃତ୍ତ ଜଣେ ଯୁବକଙ୍କୁ ହତ୍ୟା କରିବା ପରେ ପାଳ ପକାଇ ଜାଳି ଦେଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ତାଙ୍କର ଜଳି ଯାଇଥିବା ଅର୍ଦ୍ଧଦଗ୍ଧ ଶରୀରକୁ ଏକ ପାଳ ଗଦା ଭିତରୁ ଉଦ୍ଧାର କରାଯାଇଛି । ଶୁକ୍ରବାର ସକାଳେ ଘଟଣାସ୍ଥଳରେ ଜଣେ ବ୍ୟକ୍ତି ପୋଡି ଯାଉଥିବା ଦେଖି ଗାଁ ଲୋକେ ପୋଲିସ ଓ ଦମକଳ ବାହିନୀକୁ ଖବର ଦେଇଥିଲେ । ଦବକଳ ବାହିନୀ ଆସି ନିଆଁ ଲିଭାଇଥିଲା । ଅର୍ଦ୍ଧଦଗ୍ଧ ହୋଇଯାଇଥିବା ଯୁବକଙ୍କ ପାଟିରେ ରୁମାଲ ବନ୍ଧା ଯାଇଥିବା ବେଳେ ବେକରେ ଏକ ସୁନା ଚେନ ରହିଥିବା ଦେଖିବାକୁ ମିଳିଛି । ତେବେ ମୃତ ଯୁବକ ଜଣକ ସେହି ଗାଁର ନୁହନ୍ତି । ତାଙ୍କୁ ଅନ୍ୟ କେଉଁଠାରେ ହତ୍ୟା କରାଯାଇ ଏଠାରେ ଆଣି ପୋଡାଯାଇଥିବା ଗାଁ ଲୋକେ ସନ୍ଦେହ କରି କହିଛନ୍ତି । ମୃତକଙ୍କ ପରିଚୟ ଏଯାଏ ମିଳି ନଥିବା ବେଳେ ହତ୍ୟା ପଛର କାରଣ ମଧ୍ୟ ଅସ୍ପଷ୍ଟ ରହିଛି । କବିସୂର୍ଯ୍ୟନଗର ପୋଲିସ ଏହି ଘଟଣାର ଛାନଭିନ କରୁଛି ।

Related posts

ଉତ୍ତରପ୍ରଦେଶ ବିଧାନସଭା ସମ୍ମୁଖରେ ଇନିସପେକ୍ଟରଙ୍କ ଆତ୍ମହତ୍ୟା

mahabharatanews

କର୍ତ୍ତବ୍ୟ ନିଭାଇଲେ ମହିଳା ପୋଲିସ ଅଫିସର; ସ୍ୱାମୀ ହାତରେ ପିନ୍ଧାଇଲେ ହାତକଡି

mahabharatanews

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଦୁଇଦିନ ପାଇଁ ରିମାଣ୍ଡରେ ଗଲେ ଉମା ଓ କୁରୁପତି

mahabharatanews